ସିବିଆଇ ଜାଲରେ ଖାଦ୍ୟ ନିଗମ ଠିକାଦାର
ସମ୍ବଲପୁର : ଭାରତୀୟ ଖାଦ୍ୟ ନିଗମ ଲେବର୍ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ । ବେଆଇନ ଟଙ୍କା କାରବାର ଅଭିଯୋଗରେ ଯୋଗାଣ ଠିକାଦାର ଜି. ସତ୍ୟନାରାୟଣଙ୍କ ଘରେ ଚାଲିଛି ସିବିଆଇ ଚଢାଉ । ଜି. ସତ୍ୟନାରାୟଣଙ୍କ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାନପୁର ଗ୍ରାମରେ ଥିବା ଘରେ ଚଢ଼ାଉ କରୁଛି ସିବିଆଇ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାଣ ପୁର ଫାର୍ମରେ ରହୁଥିବା ରାଜ୍ୟ ଖାଦ୍ୟ ନିଗମ ଶ୍ରମିକ ଠିକାଦାର ଗଡ଼ବର୍ତ୍ତି ସତ୍ୟନାରାୟଣଙ୍କ […]
ସମ୍ବଲପୁର : ଭାରତୀୟ ଖାଦ୍ୟ ନିଗମ ଲେବର୍ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ । ବେଆଇନ ଟଙ୍କା କାରବାର ଅଭିଯୋଗରେ ଯୋଗାଣ ଠିକାଦାର ଜି. ସତ୍ୟନାରାୟଣଙ୍କ ଘରେ ଚାଲିଛି ସିବିଆଇ ଚଢାଉ । ଜି. ସତ୍ୟନାରାୟଣଙ୍କ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାନପୁର ଗ୍ରାମରେ ଥିବା ଘରେ ଚଢ଼ାଉ କରୁଛି ସିବିଆଇ ।
ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାଣ ପୁର ଫାର୍ମରେ ରହୁଥିବା ରାଜ୍ୟ ଖାଦ୍ୟ ନିଗମ ଶ୍ରମିକ ଠିକାଦାର ଗଡ଼ବର୍ତ୍ତି ସତ୍ୟନାରାୟଣଙ୍କ ଘରେ ଆଜି ହଠାତ୍ ସକାଳ ୮ଟା ସମୟରେ ସିବିଆଇର ୨ଟି ଟିମ୍ ଓଡି ୧୫ଏବି ୨୪୨୫ ଓ ଓଡ଼ି ୧୫ ଏନ୍ ୧୯୧୯ ଗାଡ଼ିରେ ଚଢାଉ କରିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଓଡ଼ି ୧୫ ଏବି ୨୪୨୫ ଗାଡ଼ିରେ ଜି ସତ୍ୟନାରାୟଣଙ୍କ ପୁଅ ଜି ଉମା ମହେଶଙ୍କୁ ଗୋଟିଏ ଟିମ୍ ନେଇ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମ୍ ଘରେ ସମସ୍ତ କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବା ଜଣାପଡିଛି।
ସୂଚନାନୁସାରେ, ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର କଣ୍ଟ୍ରାକ୍ଟର ଭାବେ କାମ କରନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି । ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର କରୁଥିବା ନେଇ ସିବିଆଇ ଜାଣିବାକୁ ପାଇଥିଲା । ସୂଚନା ମିଳିବା ପରେ ଜି. ସତ୍ୟନାରାୟଣଙ୍କ ଘରେ ସିବିଆଇ ଚଢାଉ କରିଛି ।




