ବିଜେଡି ଛାଡିଲେ ସୁନିତା ବିଶ୍ୱାଳ

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ସୁନୀତା ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସୁନୀତା। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଦଳ ଛାଡିବା ପରେ ସୁନିତା କହିଛନ୍ତି,ନବୀନ ବାବୁ ମୋତେ […]

ବିଜେଡି ଛାଡିଲେ ସୁନିତା ବିଶ୍ୱାଳ
Samaya Live Picture
Published On

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ସୁନୀତା ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସୁନୀତା। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

ଦଳ ଛାଡିବା ପରେ ସୁନିତା କହିଛନ୍ତି,ନବୀନ ବାବୁ ମୋତେ ଡାକିକି ଦଳରେ ମିଶାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ବିଜେଡି ମୋତେ ସାବତ ଝିଅ ଭଳି ବ୍ୟବହାର କଲା । ଦଳରେ ମୋର କିଛି ଗୁରୁତ୍ତ୍ଵ ରହିଲାନି,କେବଳ ଲୋକ ଯୋଗାଡ଼ ପାଇଁ ମୋତେ କୁହାଗଲା । ପୋଷ୍ଟର ମରିଲେବି ମୋତେ ଅନୁମତି ନେବାକୁ କୁହାଗଲା । ତେଣୁ ଦଳରେ ଅଲୋଡ଼ା ମନେ କରି ଦଳ ଛାଡ଼ିଲି । ତେବେ ବିଜେଡି ଛାଡ଼ିବା ପରେ ତାଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ କ’ଣ ରହିବ ସେନେଇ ସ୍ପଷ୍ଟ ହୋଇନାହିଁ।

Tags: