କଂଗ୍ରେସ ରେ ଯୋଗ ଦେଲେ ସୁନିତା ବିଶ୍ୱାଳ

ସୁନ୍ଦରଗଡ଼ : ସୁନିତା ବିଶ୍ୱାଳଙ୍କ ଘର ବାହୁଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ ଆଜି ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗଦେଇଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି କଂଗ୍ରେସରେ ମିଶିଛନ୍ତି। ଗତକାଲି ସୁନୀତା ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୧୯ରେ ବିଜେଡି ଟିକେଟରେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । ଗତକାଲି ସେ […]

କଂଗ୍ରେସ ରେ ଯୋଗ ଦେଲେ ସୁନିତା ବିଶ୍ୱାଳ
Samaya Live Picture
Published On

ସୁନ୍ଦରଗଡ଼ : ସୁନିତା ବିଶ୍ୱାଳଙ୍କ ଘର ବାହୁଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ ଆଜି ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗଦେଇଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି କଂଗ୍ରେସରେ ମିଶିଛନ୍ତି। ଗତକାଲି ସୁନୀତା ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୧୯ରେ ବିଜେଡି ଟିକେଟରେ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । ଗତକାଲି ସେ ବ୍ୟକ୍ତିଗତ କାରଣରୁ ବିଜେଡି ଛାଡୁଥିବା ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠିରେ ଉଲ୍ଲେଖ କରିଥିଲେ।

ସୁନୀତା ବିଶ୍ବାଳଙ୍କ ଭଉଣୀ ଅମିତା କହିଛନ୍ତି, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି। ଏଥର କଂଗ୍ରେସ ସୁଦୃଢ ହେବ। ବିଜେଡିରେ ସେ ଅଣଦେଖାର ଶିକାର ହୋଇଥିଲେ। ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି। ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ। ଯାହାକୁ ନେଇ ଭୋଟର ଅନେକ ପ୍ରଶ୍ନ କରିଥିଲେ। ମୁଁ ଫିଲ୍ଡ ଗଲା ବେଳେ ଏହି ପ୍ରଶ୍ନର ସାମ୍ନା କରୁଥିଲି। ଏବେ ତାହାର ଅବସାନ ହୋଇଛି।”

Tags: