ରବିବାର ବିଜେପିର ସମ୍ଵର୍ଧ୍ଵନା ଉତ୍ସବ

ଭୁବନେଶ୍ବର: ରବିବାର ବିଜେପିର ସମ୍ଵର୍ଧ୍ଵନା ଉତ୍ସବ I ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ଵର୍ଧ୍ଵନା ଦିଆଯିବ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ବି ଉପସ୍ଥିତ ରହିବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱମାନେ ମଧ୍ୟ ଉପସ୍ଥିତ ରହିବା ନେଇ ଦଳୀୟ […]

Samaya Live Picture
Published On

ଭୁବନେଶ୍ବର: ରବିବାର ବିଜେପିର ସମ୍ଵର୍ଧ୍ଵନା ଉତ୍ସବ I ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ଵର୍ଧ୍ଵନା ଦିଆଯିବ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ବି ଉପସ୍ଥିତ ରହିବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱମାନେ ମଧ୍ୟ ଉପସ୍ଥିତ ରହିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି।

Tags: