ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା
ସୁନ୍ଦରଗଡ : ସୁନ୍ଦରଗଡ଼ ଯୁବ ବିଜେଡି ଟାଉନ ସଭାପତି ଧୀରଜ ପ୍ରସାଦଙ୍କ ଆତ୍ମହତ୍ୟା। ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଧୀରଜ I ମାତ୍ର ତାଙ୍କ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି I ଧୀରଜ ଜଣେ ମେଳାପୀ ଯୁବନେତା ଭାବେ ସେ ସୁନ୍ଦରଗଡ଼ ସହରରେ ଜଣାଶୁଣା ଥିଲେ I ଗତକାଲି ସେ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ମଧ୍ୟ ବିଜେଡି କର୍ମୀଙ୍କ ସହ ବସି କଥା […]
ସୁନ୍ଦରଗଡ : ସୁନ୍ଦରଗଡ଼ ଯୁବ ବିଜେଡି ଟାଉନ ସଭାପତି ଧୀରଜ ପ୍ରସାଦଙ୍କ ଆତ୍ମହତ୍ୟା। ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଧୀରଜ I ମାତ୍ର ତାଙ୍କ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି I
ଧୀରଜ ଜଣେ ମେଳାପୀ ଯୁବନେତା ଭାବେ ସେ ସୁନ୍ଦରଗଡ଼ ସହରରେ ଜଣାଶୁଣା ଥିଲେ I ଗତକାଲି ସେ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ମଧ୍ୟ ବିଜେଡି କର୍ମୀଙ୍କ ସହ ବସି କଥା ହୋଇଥିଲେ। ତେବେ ବିଳମ୍ବିତ ରାତି ୧୨ଟା ପରେ ନିଜ whatsapp ଷ୍ଟାଟସରେ ‘ସରି ଅଲ ଅଫ ୟୁ’ ମଧ୍ୟ ଲେଖି ପରେ ନିଜ ରୁମ୍ରେ ଥିବା ଫ୍ୟାନ୍ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର କାହା ସହିତ ରାଜନୈତିକ ଶତ୍ରୁତା ମଧ୍ୟ ନଥିଲା I ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏଇ ଖବର ଆଜି ସକାଳେ ପ୍ରସାରିତ ହେବା ପରେ ଶତାଧିକ ବିଜେଡି କର୍ମୀ ଓ ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ଆସି ଶେଷ ଦର୍ଶନ କରିଛନ୍ତି I




