ବିଜେପିରେ ଯୋଗ ଦେବେ ସୁନନ୍ଦା ଦାସ

ଯାଜପୁର : ଆସନ୍ତା ୬ ତାରିଖରେ ବିଜେପିରେ ସାମିଲ ହେବେ ସୁନନ୍ଦା ଦାସ। ୬ ତାରିଖ ପୂର୍ବାହ୍ନରେ ଭାଜପା ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବେ । ଏ ନେଇ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଦେଇଛନ୍ତି ଆଉ ଏକ ବିସ୍ଫୋରକ ବୟାନ,ସେ କହିଛନ୍ତି ‘ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ନିର୍ବାଚନରେ ହରାଇବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚାଯାଇଥିଲା। ଏଥିପାଇଁ ତାଙ୍କୁ କଣ୍ଟାବାଞ୍ଜିରୁ […]

Samaya Live Picture
Published On

ଯାଜପୁର : ଆସନ୍ତା ୬ ତାରିଖରେ ବିଜେପିରେ ସାମିଲ ହେବେ ସୁନନ୍ଦା ଦାସ। ୬ ତାରିଖ ପୂର୍ବାହ୍ନରେ ଭାଜପା ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବେ । ଏ ନେଇ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି।

ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଦେଇଛନ୍ତି ଆଉ ଏକ ବିସ୍ଫୋରକ ବୟାନ,ସେ କହିଛନ୍ତି ‘ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ନିର୍ବାଚନରେ ହରାଇବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚାଯାଇଥିଲା। ଏଥିପାଇଁ ତାଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା। ସେ କହିଛନ୍ତି, ୨୦୧୯ରେ କଣ୍ଟାବାଂଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। କଣ୍ଟାବାଂଜିରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ ଥିଲା। କିନ୍ତୁ ଚକ୍ରାନ୍ତ କରି ନବୀନଙ୍କୁ କଣ୍ଟାବାଂଜିରୁ ପ୍ରାର୍ଥୀ କରାଯାଇଥିଲା। ନବୀନ ହାରନ୍ତୁ ଓ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏହା ଥିଲା ଚକ୍ରାନ୍ତ ବୋଲି ସୁନନ୍ଦାଙ୍କ ସ୍ବାମୀ କହିଛନ୍ତି।

ବିଜେଡି କ୍ଷମତାକୁ ଆସିଥିଲେ ଓ ନବୀନ ବାବୁ ନିର୍ବାଚନରେ ପରାସ୍ତ ହୋଇଥିଲେ ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଆସନରେ ବସିଥାନ୍ତେ’ । ଏହା ସହିତ ବିଜେଡି‌ରେ ତାଙ୍କ ପତ୍ନୀଙ୍କୁ ଉପେକ୍ଷା କରାଯିବାରୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।

Tags: