ବିଜେଡି ଛାଡିବା ପରେ ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ
ଯାଜପୁର : ବରୀ ବିଧାୟିକା ସୁନନ୍ଦା ଦାସଙ୍କ ବିଜେଡିରୁ ଇସ୍ତଫା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁନନ୍ଦା । ଦଳରୁ ଇସ୍ତଫା ପରେ ଦେଇଛନ୍ତି ବିସ୍ଫୋରକ ବୟାନ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର । ବିଜେଡିରୁ ଇସ୍ତଫା ପରେ ବବି ଦାସଙ୍କ ଉପରେ ବର୍ଷିଛନ୍ତି ସୁନନ୍ଦା । ସେ କହିଛନ୍ତି ଆଗକୁ ବିଜେଡିର ଭବିଷ୍ୟତ ଭଗବାନଙ୍କୁ ଜଣା […]
ଯାଜପୁର : ବରୀ ବିଧାୟିକା ସୁନନ୍ଦା ଦାସଙ୍କ ବିଜେଡିରୁ ଇସ୍ତଫା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁନନ୍ଦା । ଦଳରୁ ଇସ୍ତଫା ପରେ ଦେଇଛନ୍ତି ବିସ୍ଫୋରକ ବୟାନ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର ।
ବିଜେଡିରୁ ଇସ୍ତଫା ପରେ ବବି ଦାସଙ୍କ ଉପରେ ବର୍ଷିଛନ୍ତି ସୁନନ୍ଦା । ସେ କହିଛନ୍ତି ଆଗକୁ ବିଜେଡିର ଭବିଷ୍ୟତ ଭଗବାନଙ୍କୁ ଜଣା । ମୁଖ୍ୟମନ୍ତ୍ରୀ ମୋତେ ଟିକେଟ ଦେଇଥିଲେ,କିନ୍ତୁ ବବି ଦାସଙ୍କ ପାଇଁ ମୋ ଟିକେଟ କାଟିଲା । ସେ ତତ୍କାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କୁ ଆକ୍ଷେପ କରି କହିଛନ୍ତି ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି ସେ କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା । ତେବେ ପ୍ରତିଶ୍ରୁତି ଦେଇ ଟିକେଟ କାଟିଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଏହାସହ ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ସିଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇଛନ୍ତି ସୁନନ୍ଦା । ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ସେ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲେ ବୋଲି କହିଛନ୍ତି । ଦଳରେ ଦିନରାତି ପରିଶ୍ରମ କରୁଥିବା ନେତାଙ୍କୁ ଟିକେଟ ନମିଳିବାରୁ ଦଳ ହାରିଲା ବୋଲି ଅଭିଯୋଗ କରିଛନ୍ତି ।




