ପ୍ୟାକ୍ କରି ଦିଅନ୍ତୁ ଶୀତ ବସ୍ତ୍ର, ଆଜିଠୁ ଟାଇଁ ଟାଇଁ ଖରା
ବଦଳିଲା ପାଗର ମିଜାଜ । ଆଉ ହେବନି ଶୀତ । ଏଣିକି ଟାଇଁ ଟାଇଁ ଖରା ହିଁ ଖରା । ବଢିବ ଦିନ ଓ ରାତିର ତାପାତ୍ରା । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରା ଅଧିକ ରହିବ । ଆଂଚଳିକ ପାଣିପାଗ ବିଭାଗ କହିଛି କି ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକ ରହିବ । ଚଳିତ ସପ୍ତାହରେ […]
ବଦଳିଲା ପାଗର ମିଜାଜ । ଆଉ ହେବନି ଶୀତ । ଏଣିକି ଟାଇଁ ଟାଇଁ ଖରା ହିଁ ଖରା । ବଢିବ ଦିନ ଓ ରାତିର ତାପାତ୍ରା । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରା ଅଧିକ ରହିବ । ଆଂଚଳିକ ପାଣିପାଗ ବିଭାଗ କହିଛି କି ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକ ରହିବ । ଚଳିତ ସପ୍ତାହରେ ଶୀତ ବେଶି ଅନୁଭୂତ ହେବ ନାହିଁ । ଗତ ୨୪ ଘଂଟାରେ ସବନିମ୍ନ ଅଂଚଳରେ ତାପମାତ୍ରା ୧୦ ଡିଗ୍ରୀ ରାଉରକେଲା ଅଂଚଳରେ ଥିଲା । ସେହିପରି ହିଲ ଷ୍ଟେସନ ଅଂଚଳ ଅନୁସାରେ ଦାରିଙ୍ଗବାଡିରେ ସବନିମ୍ନ ୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୧୦ଟି ଅଂଚଳରେ ଘନ କୁହୁଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ଆଗାମୀ ୫ରୁ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ କୌଣସି ପରିବର୍ତନ ଦେଖିବାକୁ ମିଳିବ ନାହିଁ । ଆଭ୍ୟନ୍ତରାଣ ଓଡିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଉପକୂଳ ଓଡିଶାରେ ତାପମାତ୍ରାରେ କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ । ୪୮ ଘଂଟା ପାଇଁ ଘନ କୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି । ଆଜି ଠାରୁ କାଲି ସକାଳ ୮ଟା ଯାଏଁ ୧୬ ଜିଲାରେ ଘନକୁହୁଡି ଦେଖିବାକୁ ମିଳିବ । ଏଥିପାଇଁ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୧୬ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, କେଉଁଝର, ଅନୁଗୁଳ, ଦେବଗଡ, ଜଗତସିଂହପୁର, ପୁରୀ, କଟକ, ଖୋଦ୍ଧା, ଗଞ୍ଜାମ, ରାୟଗଡା, ନୟାଗଡ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘନକୁହୁଡି ଦେଖିବାକୁ ମିଳିବ । ୩୦ ତାରିଖ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋଦ୍ଦା, କଟକ, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ପାଇଁ ଆଲର୍ଟ ଜାରି କରାଯାଇଛି । ୩୧ ତାରିଖରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଉପକୂଳ ଓଡିଶାରେ ଦେଖିବାକୁ ମିଳିବ । ଏନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିଦେ୍ର୍ଦଶିକା ମନୋରମା ମହାନ୍ତି ।




