ଆଇନଜୀବୀଙ୍କ ପାଇଁ ଆସିଲା ଗ୍ରୀଷ୍ମ ଗାଇଡଲାଇନ
କଟକ : ଆଇନଜୀବୀ ମାନଙ୍କ ନିମନ୍ତେ ଆସିଲା ନୂଆ ଗାଇଡଲାଇନ I ବଢୁଥିବା ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଆଇନଜୀବୀଙ୍କ ବୃତ୍ତିଗତ ପୋଷାକରେ (UNIFORM) ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି I ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଅଧିନିୟମ ଅନୁଯାୟୀ ବୃତ୍ତିଗତ ପୋଷାକରେ କୋହଳ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ଆଇନଜୀବୀ ପରିଷଦ I ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ଏହି ଗାଇଡ଼ ଲାଇନ ଲାଗୁହେବ […]
କଟକ : ଆଇନଜୀବୀ ମାନଙ୍କ ନିମନ୍ତେ ଆସିଲା ନୂଆ ଗାଇଡଲାଇନ I ବଢୁଥିବା ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଆଇନଜୀବୀଙ୍କ ବୃତ୍ତିଗତ ପୋଷାକରେ (UNIFORM) ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି I ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଅଧିନିୟମ ଅନୁଯାୟୀ ବୃତ୍ତିଗତ ପୋଷାକରେ କୋହଳ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ଆଇନଜୀବୀ ପରିଷଦ I ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି।
ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ଏହି ଗାଇଡ଼ ଲାଇନ ଲାଗୁହେବ । ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ ଆଇନଜୀବୀଙ୍କ ପରିଧାନ କରାଯାଉଥିବା ବୃତ୍ତିଗତ ପୋଷାକ ନିୟମରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଅଧିନିୟମ ଅନୁଯାୟୀ କୋହଳ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍କୋର୍ଟ ଓ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟଗୁଡିକରେ ଆଇନଜୀବୀଙ୍କ ପାଇଁ ଆଡ୍ଭୋକେଟ୍ ଗାଉନ୍ ପରିଧାନ ଇଚ୍ଛାଧୀନ କରାଯାଇଛି। ଗ୍ରୀଷ୍ମଋତୁରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟରେ ଧଳା ଶାର୍ଟ, କଳା ପ୍ୟାଣ୍ଟ କିମ୍ବା କଳାଧଳା ଗାରଯୁକ୍ତ କିମ୍ବା ଧୂସର ରଙ୍ଗର ପ୍ୟାଣ୍ଟ ଏବଂ ଧଳା ଟାଇ (ଗଳାବନ୍ଧ) ଓ କଲାର ବ୍ୟବହାର କରିପାରିବେ। ଏହି ପୋଷାକ ସମ୍ବନ୍ଧୀୟ ନିୟମ ଏପ୍ରିଲ ୬ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।




