ରାଜ୍ୟସଭା ସାଂସଦ ପଦ ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ କୁମାର
ଭୁବନେଶ୍ୱର : ଆଜି ବିଧାନସଭାରେ ଦିନ ୧୨ଟାରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଭରିବେ ସୁଜିତ କୁମାର। ବିଜେଡିରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ପଦ ପାଇଁ ଏବେ ବିଜେପି ପକ୍ଷରୁ ନାମାଙ୍କନ ଭରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୭ ତାରିଖରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ। ଏହାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ […]
ଭୁବନେଶ୍ୱର : ଆଜି ବିଧାନସଭାରେ ଦିନ ୧୨ଟାରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଭରିବେ ସୁଜିତ କୁମାର। ବିଜେଡିରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ପଦ ପାଇଁ ଏବେ ବିଜେପି ପକ୍ଷରୁ ନାମାଙ୍କନ ଭରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୭ ତାରିଖରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ। ଏହାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଏବଂ ଇସ୍ତଫା ଦେବାର ଘଣ୍ଟାଏ ପରେ ବିଜେପିରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ ଆଜି ସକାଳୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହଲଚଲ ଦେଖିବାକୁ ମିଳିଛି । ଦଳର ସଭାପତି ମନ ମୋହନ ସାମଲଙ୍କ ସମେତ ସୁଜିତ କୁମାର ଏବଂ ବହୁ ବରିଷ୍ଠ ନେତା କାର୍ଯ୍ୟାଳୟରେ ପହଁଚି ଆଲୋଚନା କରିଛନ୍ତି ।
ସୂଚନାନୁସାରେ,ଆସନ୍ତା ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣାରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ମତଦାନ ହେବ । ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ୧୩ ତାରିଖ ସୁଦ୍ଧା ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଡିସେମ୍ବର ୨୦ ମତଦାନ କରାଯାଇ ଫଳାଫଳ ଘୋଷଣା ହେବ ।




