ANM ଙ୍କ କ୍ୱାଟର୍ସରେ ଯୁବକଙ୍କ ଆତ୍ମହତ୍ୟା
ବାଲିଗୁଡ଼ା: କେ.ନୁଆଗାଁ ଥାନା କୁଡ଼ୁତୁଲିରେ ଚାଞ୍ଚଲ୍ୟକର ଘଟଣା । ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା । ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ପୁରୁଷ ବନ୍ଧୁ । ମୃତକ କେନ୍ଦୁଝର ଜିଲ୍ଲାର ଜଗନ୍ନାଥ ବେହେରା । ସେ ଭୁବନେଶ୍ୱର ବନମାଳୀ ପୁରରେ ରହୁଥିଲେ । ଗୁରୁତର ଅବସ୍ଥାରେ ଏଏନ୍ଏମ୍ ଙ୍କୁ କେ .ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା କରିଥିବା ପୁରୁଷ ବନ୍ଧୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ […]
ବାଲିଗୁଡ଼ା: କେ.ନୁଆଗାଁ ଥାନା କୁଡ଼ୁତୁଲିରେ ଚାଞ୍ଚଲ୍ୟକର ଘଟଣା । ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା । ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ପୁରୁଷ ବନ୍ଧୁ । ମୃତକ କେନ୍ଦୁଝର ଜିଲ୍ଲାର ଜଗନ୍ନାଥ ବେହେରା । ସେ ଭୁବନେଶ୍ୱର ବନମାଳୀ ପୁରରେ ରହୁଥିଲେ । ଗୁରୁତର ଅବସ୍ଥାରେ ଏଏନ୍ଏମ୍ ଙ୍କୁ କେ .ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା କରିଥିବା ପୁରୁଷ ବନ୍ଧୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୁଲିସ। ଘଟଣାକୁ ନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଜଗନ୍ନାଥ ଭୁବନେଶ୍ୱରରୁ କୁଡୁଟେଳି ଆସି ଏଏନଏମଙ୍କ କ୍ୱାର୍ଟର୍ସ କୁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାପରେ ଏକ କଇଁଚି ଆଣି ଏଏନଏମଙ୍କ ପେଟକୁ ଭୁଷି ଦେଇଥିଲେ ଜଗନ୍ନାଥ । ଗୁରୁତର ଅବସ୍ଥାରେ ଏଏନଏମ ଘର ଭିତରୁ ବାହାରକୁ ଆସି ପାଟି କରିବାରୁ ସ୍ଥାନୀୟ ଲୋକେ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତି କରିଥିଲେ । ଏହି ସମୟରେ ଜଗନ୍ନାଥ ଘର ଭିତରେ ପଶି ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର ସଠିକ ତଥ୍ୟ ମିଳିପାରିନାହିଁ ।




