ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ଆତ୍ମହତ୍ୟା
ଜୟପୁର : କୋଚିଂ ହବ ପାଲଟି ଥିବା କୋଟାରେ ଓଡ଼ିଆ ଛାତ୍ରଙ୍କ ଆତ୍ମହତ୍ୟା । ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଉଛନ୍ତି ଅଭିଜିତ ଗିରି (୧୮) ବର୍ଷ I ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ । ଗୁରୁବାର ରାତିରେ ସେ ନିଜ ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ସ୍ଥାନୀୟ ପୋଲିସ ଖବର […]
ଜୟପୁର : କୋଚିଂ ହବ ପାଲଟି ଥିବା କୋଟାରେ ଓଡ଼ିଆ ଛାତ୍ରଙ୍କ ଆତ୍ମହତ୍ୟା । ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଉଛନ୍ତି ଅଭିଜିତ ଗିରି (୧୮) ବର୍ଷ I ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ । ଗୁରୁବାର ରାତିରେ ସେ ନିଜ ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ସ୍ଥାନୀୟ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି । ତେବେ ସେ ଆତ୍ମହତ୍ୟା କରିଥିବା ରୁମରୁ କୌଣସି ସୁଇସାଇଡ଼ ନୋଟ ଜବତ କରିନି ପୋଲିସ ।
ସୂଚନା ମୁତାବିକ, ମୃତ ଛାତ୍ର ଅଭିଜିତ୍ ଗିରି ରାଜସ୍ଥାନ କୋଟାରେ ବିଜ୍ଞାନ ନଗର ଅଞ୍ଚଳର ଆମ୍ବେଦକର କଲୋନୀରେ ରହି ଏନଇଇଟି ପାଇଁ ପ୍ରସ୍ତୁତ ହେଉଥିଲେ । ଚଳିତବର୍ଷ ଏପ୍ରିଲରେ ତାଙ୍କ ଶେଷ ପରୀକ୍ଷା ରହିଥିଲା । ଗୁରୁବାର ରାତି ୮ଟାରେ ମେସର ଜଣେ କର୍ମଚାରୀ ଅଭିଜିତଙ୍କୁ ଖାଦ୍ୟ ଦେବା ପାଇଁ ତାଙ୍କ ରୁମକୁ ଯାଇଥିଲେ। ସେ ତାଙ୍କ ରୁମ୍ କବାଟ ବାଡେଇବା ପରେ ବି ତାହା ନ ଖୋଲିବାରୁ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ କେତେଜଣ ଛାତ୍ର ଆସି ତାଙ୍କ କବାଟ ଭାଙ୍ଗିଥିଲେ । ଶେଷରେ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଅଭିଜିତଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ତେବେ ଅଭିଜିତଙ୍କ ରୁମ୍ରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇ ନଥିବାବେଳେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି ହଷ୍ଟେଲ କର୍ତୃପକ୍ଷ ଇ ଘଟଣା ସମ୍ପର୍କରେ ରାଜସ୍ଥାନ ପୋଲିସ ତଦନ୍ତ ଜାରି ରଖିଛି I




