ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର : ଇତିହାସ ରଚିଲା DRDO । ପ୍ରଥମ ଥର ଟ୍ରେନ୍ରୁ ସଫଳ ଉତ୍କ୍ଷେପଣ ହେଲା ଅଗ୍ନି । ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଶାଇଲ ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ । ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତ ରେଳ-ଭିତ୍ତିକ ମୋବାଇଲ ଲଞ୍ଚର ସିଷ୍ଟମରୁ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ ମିସାଇଲର ସଫଳ ଉତକ୍ଷେପଣ କରାଯାଇଥିଲା । ଏହାର ୨ ହଜାର କି.ମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି । ଏହି […]

ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ
Samaya Live Picture
Published On

ବାଲେଶ୍ୱର : ଇତିହାସ ରଚିଲା DRDO । ପ୍ରଥମ ଥର ଟ୍ରେନ୍ରୁ ସଫଳ ଉତ୍କ୍ଷେପଣ ହେଲା ଅଗ୍ନି । ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଶାଇଲ ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ । ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତ ରେଳ-ଭିତ୍ତିକ ମୋବାଇଲ ଲଞ୍ଚର ସିଷ୍ଟମରୁ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ ମିସାଇଲର ସଫଳ ଉତକ୍ଷେପଣ କରାଯାଇଥିଲା । ଏହାର ୨ ହଜାର କି.ମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି ।

ଏହି ସଫଳ ପରୀକ୍ଷଣ ଭାରତକୁ ସେହି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି ଯେଉଁମାନେ ମୋବାଇଲ୍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍ଡ୍ ଲଞ୍ଚ୍ ସିଷ୍ଟମ୍ ଭାବେ ବିକଶିତ କରିଛନ୍ତି ।” ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ପାଇଁ DRDO, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Tags: