ଦାଖଲ ହେଲା ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଷ୍ଟାଟସ ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ । ୧୯ ଡିସେମ୍ବରରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ କରି ନାଟମଣ୍ଡପ ବିମ ମରାମତିକୁ ଡିଜାଇନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାଟମଣ୍ଡପ ବିମ୍ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ତେବେ ଜାନୁଆରୀ ୧୮ ସୁଧା ନାଟମଣ୍ଡପ ବିମ୍ […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ । ୧୯ ଡିସେମ୍ବରରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ କରି ନାଟମଣ୍ଡପ ବିମ ମରାମତିକୁ ଡିଜାଇନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାଟମଣ୍ଡପ ବିମ୍ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ତେବେ ଜାନୁଆରୀ ୧୮ ସୁଧା ନାଟମଣ୍ଡପ ବିମ୍ ମରାମତି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନକାରୀ ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Tags: