ଶୁଭାଷିସ ତାଳପତ୍ର ହେଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ୱର: ଓଡିଶା ହାଇକୋର୍ଟର ନ୍ୱଆ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତ ଜଷ୍ଟିସ୍ ଶୁଭାଷିସ୍ ତାଳପତ୍ର । ହାଇକୋର୍ଟ ପରିସର ମଧ୍ୟରେ ତାଙ୍କୁ ଆଜି ଶପଥପାଠ କରାଇଛନ୍ତି ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଷୀ ଲାଲ୍ । ୨୦୨୨ରୁ ଜୁନ୍ ୧୦ ଜଷ୍ଟିସ୍ ତାଳପତ୍ର ଓଡିଶା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ସେ ଅକ୍ଟୋବର ୩ ତାରଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଭାର ତୁଲାଇବେ I ସେ ବର୍ତମାନ ରାଜ୍ୟର ୩୩ତମ […]
ଭୁବନେଶ୍ୱର: ଓଡିଶା ହାଇକୋର୍ଟର ନ୍ୱଆ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତ ଜଷ୍ଟିସ୍ ଶୁଭାଷିସ୍ ତାଳପତ୍ର । ହାଇକୋର୍ଟ ପରିସର ମଧ୍ୟରେ ତାଙ୍କୁ ଆଜି ଶପଥପାଠ କରାଇଛନ୍ତି ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଷୀ ଲାଲ୍ । ୨୦୨୨ରୁ ଜୁନ୍ ୧୦ ଜଷ୍ଟିସ୍ ତାଳପତ୍ର ଓଡିଶା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ସେ ଅକ୍ଟୋବର ୩ ତାରଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଭାର ତୁଲାଇବେ I ସେ ବର୍ତମାନ ରାଜ୍ୟର ୩୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ।
୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରା ନ୍ୱତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ,ତ୍ରିପୁରା ହାଇକୋର୍ଟରେ ସ୍ଥାୟୀ ବିଚାର ପତି ଭାବରେ କାର୍ଯ୍ୟ ଭାର ସମ୍ଭାଳି ଥିଲେ । ୨୦୧୮ ନଭେମ୍ବବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ୱର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟରେ କାଯ୍ୟକାରି ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଜଷ୍ଟିସ୍ ଶୁଭାଷିସ୍ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରୁ ଠାରେ ଜନ୍ମଗ୍ରହଣ କରିଥିଲେ ।୧୦୧୧ନଭେମ୍ୱର ୧୪ରେ ଗୌହାଟୀ ହାଇକୋଟ ର୍ରେ ଅତିରିକ୍ତ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ଜଷ୍ଟିସ ସୁଭାଶିଷଙ୍କୁ ଓଡିଶା ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ I ଗତକାଲି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅବସର ନେଇଥିବା ବେଳେ ଆଜି ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।




