ସମସ୍ତ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପରିବାରରେ ଯଦି ତିନି-ଚାରି ଜଣ ମହିଳା ଅଛନ୍ତି, ତେବେ ବି ସମସ୍ତେ ପାଇବେ ସୁଭଦ୍ରା ଟଙ୍କା । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା । ମାନଦଣ୍ଡ ପୂରଣ କରୁଥିବା ପରିବାରର ସବୁ ମହିଳା ପାଇବେ ଟଙ୍କା । ଗତକାଲି ମହିଳା ଓ […]

Samaya Live Picture
Published On

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପରିବାରରେ ଯଦି ତିନି-ଚାରି ଜଣ ମହିଳା ଅଛନ୍ତି, ତେବେ ବି ସମସ୍ତେ ପାଇବେ ସୁଭଦ୍ରା ଟଙ୍କା । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା । ମାନଦଣ୍ଡ ପୂରଣ କରୁଥିବା ପରିବାରର ସବୁ ମହିଳା ପାଇବେ ଟଙ୍କା । ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଗାଇଡ୍‌ଲାଇନ୍ ଜାରି କରାଯାଇଛି ।

୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ । ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଊର୍ଦ୍ଧ୍ୱ ୬୦ରୁ କମ୍ । ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ ହୋଇନଥିବ । ଆବେଦନକାରୀଙ୍କ ଜନ୍ମ ୦୧.୦୭.୨୦୦୩ ପରେ ହୋଇନଥିବ । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ଏହି ଯୋଜନାର ଲାଭ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ୨୧ରୁ ୬୦ ବର୍ଷର ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଅର୍ଥାତ୍ ଯେଉଁ ମହିଳାଙ୍କ ବୟସ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍, ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ

‘ସୁଭଦ୍ରା’ ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବିଜେଡିକୁ କାଉଣ୍ଟର କରିଥିଲେ। ସେ କହିଥିଲେ, ରାଜ୍ୟରେ ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ। ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମୋତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ପରିଡ଼ା କହିଛନ୍ତି।

Tags: