ଆସନ୍ତା କାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର । ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା, ଏହି ମେଳାରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି ଏହି ମେଳାରେ ମିଶନ ଶକ୍ତିର ନାମ ପରିବର୍ତ୍ତନ କରାଯାଇନି , ଆସନ୍ତାକାଲି ଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା […]

ଆସନ୍ତା କାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା – ଉପମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର । ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା, ଏହି ମେଳାରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି ଏହି ମେଳାରେ ମିଶନ ଶକ୍ତିର ନାମ ପରିବର୍ତ୍ତନ କରାଯାଇନି , ଆସନ୍ତାକାଲି ଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା ୨୦୨୫ ।

ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା। ୨୨ ଫେବୃଆରୀରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ସୁଭଦ୍ରା ଶକ୍ତି ମେଳା-୨୦୨୫। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଏହି ମେଳାରେ ଅଂଶଗ୍ରହଣ କରିବେ। ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ଏହି ମେଳା ଦେଖାଇବ ନୂଆ ରାସ୍ତା। ଦେଇଛନ୍ତି ରାଜ୍ଯ ସରକାର । ଏବେ

ସୂଚନାନୁଯାୟୀ, ୯ ଦିନ ଧରି ଚାଲିବାକୁ ଥିବା ସୁଭଦ୍ରା ଶକ୍ତି ମେଳାରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦର ପ୍ରଦର୍ଶନୀ ସହିତ ବିକ୍ରି ହେବ। ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ, ମହିଳା ଉଦ୍ୟୋଗୀମାନଙ୍କଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବେ। ଯାହା ସେମାନଙ୍କର ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ।

Tags: