ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା ,୯ ଦିନ ଯାଏଁ ଚାଲିବ
ଭୁବନେଶ୍ୱର : ରାଜଧାନୀରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଛି ‘ସୁଭଦ୍ରା ଶକ୍ତି ମେଳା’ । ଜନତା ମୈଦାନରେ ଏହି ମେଳା ଶନିବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ମିଶନ ଶକ୍ତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ମେଳାରେ ପ୍ରାୟ ୩ ଶହରୁ ଅଧିକ ଷ୍ଟଲରେ ପ୍ରାୟ ୭ ଶହ SHG ମହିଳା ନିଜର ଉତ୍ପାଦ ଓ ଅର୍ଗାନିକ ସାମଗ୍ରୀ ବିକ୍ରି […]
ଭୁବନେଶ୍ୱର : ରାଜଧାନୀରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଛି ‘ସୁଭଦ୍ରା ଶକ୍ତି ମେଳା’ । ଜନତା ମୈଦାନରେ ଏହି ମେଳା ଶନିବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ମିଶନ ଶକ୍ତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ମେଳାରେ ପ୍ରାୟ ୩ ଶହରୁ ଅଧିକ ଷ୍ଟଲରେ ପ୍ରାୟ ୭ ଶହ SHG ମହିଳା ନିଜର ଉତ୍ପାଦ ଓ ଅର୍ଗାନିକ ସାମଗ୍ରୀ ବିକ୍ରି କରିବେ । SHG ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ ସୁଭଦ୍ରା ଶକ୍ତି ମେଳା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ଏହି ୯ ଦିନିଆ ପ୍ରଦର୍ଶନୀରେ ହସ୍ତଶିଳ୍ପ ଓ ଜୈବିକ ଉତ୍ପାଦର ବିବିଧ ସାମଗ୍ରୀ ପ୍ରଦର୍ଶିତ ହେବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ବଜାର ସହିତ ସଂଯୋଗ କରିବ । ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାର୍କିଂ ସୁଯୋଗ ପାଇଁ ଦ୍ୱାର ଖୋଲିବ । ମହିଳା ସଶକ୍ତୀକରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାର ସ୍ୱପ୍ନ ସାକାର ହେବ । ଆଗାମୀ ଦିନରେ ପୁରୀ, ମାଲକାନଗିରି, ସମ୍ବଲପୁର ଏବଂ ବଲାଙ୍ଗିର ଭଳି ୪ଟି ଜିଲ୍ଲାରେ ଏକ ସଙ୍ଗେ ଏହି ଆଞ୍ଚଳିକ ମେଳା ଆୟୋଜିତ ହେବ ।




