ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର

ଭୁବନେଶ୍ୱର : ଭୁବନେଶ୍ୱରରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ପ୍ରତ୍ୟେକ ଜିଲ୍ଲାରେ ସୁଭଦ୍ରା ଶକ୍ତି ବଜାର ବି ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ‘ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ, ତେଣୁ […]

ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର
Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ପ୍ରତ୍ୟେକ ଜିଲ୍ଲାରେ ସୁଭଦ୍ରା ଶକ୍ତି ବଜାର ବି ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ।

ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ‘ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ, ତେଣୁ ‘ରାଉରକେଲା’ ସହରାଞ୍ଚଳରେ କୌଣସି ଲଖପତି ଦିଦି ଚିହ୍ନଟ ହୋଇନାହିଁ ବୋଲି ବିଧାନସଭାରେ କହିଲେ ଉପ ମୁଖ୍ୟମନ୍ତ୍ରୀ । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ଏବେ ସୁଦ୍ଧା ତୃତୀୟ କିସ୍ତି ପାଇସାରିଲେଣି । ଆହୁରି ଅନେକ ଏଥିରୁ ବଞ୍ଚିତ ମଧ୍ୟ ଅଛନ୍ତି । ଏବେ ସୁଦ୍ଧା ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତିରୁ କେତେ ଜଣ ପାଇଛନ୍ତି କେତେ ଜଣ ପାଇନାହାନ୍ତି ସେନେଇ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଉତ୍ତର ରଖିଛନ୍ତି ।

Tags: