୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା
ଭୁବନେଶ୍ୱର : ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ’ସୁଭଦ୍ରା’ ଯୋଜନା I ବର୍ତ୍ତମାନ ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ଖୁବ ଶୀଘ୍ର ଏହାର ରୂପରେଖ ଆସିବ I ଏ ସମ୍ପର୍କରେ ଲୋକଙ୍କୁ ଭ୍ରମିତ ନକରି ସରକାରଙ୍କୁ ସହଯୋଗ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ କହିବା ଠିକ ନୁହେଁ । ତେଣୁ ଯାହା ସଠିକ୍ ଖବର ତାକୁହିଁ ଲୋକଙ୍କ ପାଖରେ ପହଞ୍ଚାଯାଉ […]
ଭୁବନେଶ୍ୱର : ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ’ସୁଭଦ୍ରା’ ଯୋଜନା I ବର୍ତ୍ତମାନ ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ଖୁବ ଶୀଘ୍ର ଏହାର ରୂପରେଖ ଆସିବ I ଏ ସମ୍ପର୍କରେ ଲୋକଙ୍କୁ ଭ୍ରମିତ ନକରି ସରକାରଙ୍କୁ ସହଯୋଗ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ କହିବା ଠିକ ନୁହେଁ । ତେଣୁ ଯାହା ସଠିକ୍ ଖବର ତାକୁହିଁ ଲୋକଙ୍କ ପାଖରେ ପହଞ୍ଚାଯାଉ କିନ୍ତୁ କୌଣସି ମନଗଢା କି ଉଡା ଖବରକୁ ପ୍ରସାର ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ପ୍ରଭାତୀ ପରିଡା ।
ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ନିଶ୍ଚୟ ମିଳିବ। ଯାହା ବିଜେପି ଇସ୍ତାହାରରେ ଥିଲା, କ୍ୟାବିନେଟ ଏହାକୁ ସ୍ବୀକୃତି ଦେଇଛି । ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।
ଏହାଛଡ଼ା ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ରହିଛି। ଏହି ଯୋଜନା ଲାଗି ଆବଶ୍ୟକୀୟ ବଜେଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି।
ସୂଚନାନୁସାରେ,ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ ମହିଳାମାନଙ୍କୁ I ୨ ଟି କିସ୍ତିରେ ଏହି ଟଙ୍କା ମିଳିବ I ଏହାକୁ ସେମାନେ ଘରର ଆବଶ୍ୟକୀୟ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ I
ଅନ୍ୟପକ୍ଷରେ,ମା’ ନାଁରେ ଗଛଟିଏ ଲଗାଇବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I ୭ ଦିନ ଭିତରେ ମିଶନଶକ୍ତି ମା’ମାନେ ଅଢେଇକୋଟି ଗଛ ଲଗାଇବେ I ସାଢେ ୪ କୋଟି ଓଡ଼ିଆଙ୍କୁ ସାଢେ ୪ କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି I




