ମହିଳାଙ୍କ ପାଇଁ ଆସିଲା ଖୁସି ଖବର, ନୂଆବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର: ସୁଭଦ୍ରାଙ୍କୁ ନେଇ ଆସିଲା ଖୁସି ଖବର। ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ। ୨୦୨୫ ମସିହାରେ ୩ ଥର ସୁଭଦ୍ରା ଟଙ୍କା ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୨୦୨୫ ମସିହାରେ ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ରେ ମଧ୍ୟ ମିଳିବ। ସେହିପରି ରକ୍ଷା ବନ୍ଧନରେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଆଜି ଆସିବ ଫିଲଡ଼ ରିପୋର୍ଟ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। […]
ଭୁବନେଶ୍ୱର: ସୁଭଦ୍ରାଙ୍କୁ ନେଇ ଆସିଲା ଖୁସି ଖବର। ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ। ୨୦୨୫ ମସିହାରେ ୩ ଥର ସୁଭଦ୍ରା ଟଙ୍କା ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୨୦୨୫ ମସିହାରେ ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ରେ ମଧ୍ୟ ମିଳିବ।
ସେହିପରି ରକ୍ଷା ବନ୍ଧନରେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଆଜି ଆସିବ ଫିଲଡ଼ ରିପୋର୍ଟ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ।
କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ। ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ଆମେ ସମୟ ଏଥିପାଇଁ ନେଉଛୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି।




