୧୫ ଦିନ ମଧ୍ୟରେ ସରିବ ସୁଭଦ୍ରା ଯାଞ୍ଚ – ପ୍ରଭାତୀ ପରିଡା

ଭୁବନେଶ୍ୱର : ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ଭେରିଫିକେସନ। ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ। ମାଲକାନଗିରି, ଗଜପତି,କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି। ୧୫ ଦିନ ଭିତରେ ସବୁ ଯାଞ୍ଚ ସରିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ନଭେମ୍ବର ୨୬ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ […]

Samaya Live Picture
Published On

ଭୁବନେଶ୍ୱର : ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ଭେରିଫିକେସନ। ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ। ମାଲକାନଗିରି, ଗଜପତି,କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି। ୧୫ ଦିନ ଭିତରେ ସବୁ ଯାଞ୍ଚ ସରିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ନଭେମ୍ବର ୨୬ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । କେହି ଆବେଦନ ପାଇଁ ଭିଡ ଜମାଇବା ଦରକାର ନାହିଁ । ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି । ନୂଆ କରି ଯେଉଁମାନେ ସୁଭଦ୍ରା ଆବେଦନ କରିବାକୁ ଚାହୁଛନ୍ତି, ସେମାନଙ୍କୁ ୨୧ ବର୍ଷ ପୁରିଥିବା ଆବଶ୍ୟକ ବୋଲି କହିଲେ ପ୍ରଭାତୀ ।

ବଣ୍ଡା ଘାଟିରେ ‘ସୁଭଦ୍ରା’ ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଅଧିକ ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି। ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ । ଯାହା ସମସ୍ୟା ରହିଛି, ତାହାକୁ ସରକାରୀ ଅଧିକାରୀ ଦୂର କରିବେ ।

Tags: