ସୁଭଦ୍ରା ଅଭିଯୋଗ ସମାଧାନ ମୋଡ୍ୟୁଲ ଶୁଭାରମ୍ଭ,ହିତାଧିକାରୀଙ୍କ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର :’ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍’ ଶୁଭାରମ୍ଭ । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହାର ଶୁଭାରମ୍ଭ କରିଛନ୍ତି । ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀ ସୁଭଦ୍ରା ସମ୍ପର୍କୀୟ ସମସ୍ତ ଅଭିଯୋଗ କରିପାରିବେ । ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅଭିଯୋଗ କଲେ ତୁରନ୍ତ ସମାଧାନ ହେବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୫ ହଜାର ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ସୁଭଦ୍ରା […]

ସୁଭଦ୍ରା ଅଭିଯୋଗ ସମାଧାନ ମୋଡ୍ୟୁଲ ଶୁଭାରମ୍ଭ,ହିତାଧିକାରୀଙ୍କ ସମସ୍ୟାର ହେବ ସମାଧାନ
Samaya Live Picture
Published On

ଭୁବନେଶ୍ୱର :’ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍’ ଶୁଭାରମ୍ଭ । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହାର ଶୁଭାରମ୍ଭ କରିଛନ୍ତି । ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀ ସୁଭଦ୍ରା ସମ୍ପର୍କୀୟ ସମସ୍ତ ଅଭିଯୋଗ କରିପାରିବେ । ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅଭିଯୋଗ କଲେ ତୁରନ୍ତ ସମାଧାନ ହେବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୫ ହଜାର ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ସୁଭଦ୍ରା ଯୋଜନା ନେଇ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ ।

ସୁଭଦ୍ରା ପୋର୍ଟାଲରେ ଅନଲାଇନ ମାଧ୍ୟମରେ କିମ୍ବା ବିଭିନ୍ନ ସରକାରୀ ସ୍ତରରେ ଅଫଲାଇନ୍ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡିକ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ସ୍ତରୀୟ ସ୍କୃଟିନି କମିଟି ପାଖରେ ଦାଖଲ କରାଯିବ । ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ । ଏହାର ଷ୍ଟାଟସ୍ ବା ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ । ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡ଼ିଲେ ? କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ? ଏ ସବୁ ପ୍ରଶ୍ନର ଉତ୍ତର ପୋର୍ଟାଲରେ ପାଇପାରିବେ ହିତାଧିକାରୀ ।

ହିତାଧିକାରୀମାନେ ସୁଭଦ୍ରା ୱେବ ପୋର୍ଟାଲରେ ସେମାନଙ୍କର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ। ବର୍ତ୍ତମାନ ସୁଦ୍ଧା, ସୁଭଦ୍ରା ଯୋଜନାରେ ୧,୦୯,୮୭,୮୯୪ ଆବେଦନ ପଞ୍ଜୀକୃତ ହୋଇଛି ଏବଂ କୋଟିଏରୁ ଅଧିକ ମହିଳା ଏହି ଯୋଜନା ମାଧ୍ୟମରେ ଲାଭାନ୍ୱିତ ହୋଇସାରିଛନ୍ତି। ଏଯାବତ ସୁଭଦ୍ରା ପୋର୍ଟାଲରେ ୨ ଲକ୍ଷ ୮୩ ହଜାର ୨୬୪ ଅଭିଯୋଗ ବିଚାରାଧୀନ ରହିଛି । ଯାହାର ସମାଧାନ ଅଭିଯୋଗ ସମାଧାନ ମଡ୍ୟୁଲ୍ ମାଧ୍ୟମରେ ସମ୍ପନ୍ନ ହେବ। ଆସନ୍ତା ଅକ୍ଟୋବର ୧୭ ତାରିଖ ମଧ୍ୟରେ ସୁଭଦ୍ରା ଯୋଜନାର ବର୍ଷ ପୂରଣ ହେବ । ଆଉ ଏହି ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା ସିଡିପିଓ ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ଯାଏଁ ଚାଲିବ ।

Tags: