୧୭ ତାରିଖ ପରେ ମଧ୍ୟ ଜାରି ରହିବ ସୁଭଦ୍ରା ଆବେଦନ

ଭୁବନେଶ୍ୱର : ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ କରାଯିବ । ଏହା ସହିତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ବଣ୍ଟନ […]

Samaya Live Picture
Published On

ଭୁବନେଶ୍ୱର : ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ କରାଯିବ ।

ଏହା ସହିତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ବଣ୍ଟନ କରାଯିବ । ଏହା ପରେ ମଧ୍ୟ ଯିଏ ଆବେଦନ କରିବ ସିଏ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପାଇ ପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଆଜିଠାରୁ ସୁଭଦ୍ରା ଯୋଜନାରେ ଫର୍ମ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟସ୍ଥ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଫର୍ମ ଦାଖଲ କରାଯାଉଛି ।

ଆସନ୍ତା ସେପ୍ଟେମ୍ୱର୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ବଣ୍ଟନ କରିବେ । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Tags: