ମୁଖ୍ୟମନ୍ତ୍ରୀଙ୍କ ବଜେଟରେ ସୁଭଦ୍ରା ୯+
ଭୁବନେଶ୍ୱର : ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ମୋହନ ସରକାରଙ୍କ ସୁଭଦ୍ରା ୯+ ଯୋଜନା । ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୁଭଦ୍ରା ୯+ କାର୍ଯ୍ୟକାରୀ କରିବେ ସରକାର। ଏଥିରେ ‘କିଶୋରୀ ସୁଭଦ୍ରା’, ସୁଭଦ୍ରା ସଞ୍ଚୟ’,‘ସୁଭଦ୍ରା ସଖି, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ’ ( ସୁଭଦ୍ରା କ୍ଲବ୍), ‘କୁହ ସୁଭଦ୍ରା’ (କଲ୍ ସେଣ୍ଟର), “ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ, *ସୁଭଦ୍ରା ସୁଭଦ୍ରା’ ଓ ‘ସୁଭଦ୍ରା ବୃଦ୍ଧି’ ଭଳି ନୂଆ ପଦକ୍ଷେ ପଦକ୍ଷେପ […]
ଭୁବନେଶ୍ୱର : ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ମୋହନ ସରକାରଙ୍କ ସୁଭଦ୍ରା ୯+ ଯୋଜନା । ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୁଭଦ୍ରା ୯+ କାର୍ଯ୍ୟକାରୀ କରିବେ ସରକାର। ଏଥିରେ ‘କିଶୋରୀ ସୁଭଦ୍ରା’, ସୁଭଦ୍ରା ସଞ୍ଚୟ’,‘ସୁଭଦ୍ରା ସଖି, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ’ ( ସୁଭଦ୍ରା କ୍ଲବ୍), ‘କୁହ ସୁଭଦ୍ରା’ (କଲ୍ ସେଣ୍ଟର), “ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ, *ସୁଭଦ୍ରା ସୁଭଦ୍ରା’ ଓ ‘ସୁଭଦ୍ରା ବୃଦ୍ଧି’ ଭଳି ନୂଆ ପଦକ୍ଷେ ପଦକ୍ଷେପ ନେବେ ସରକାର ।
ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିରେ ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ ଶହ କୋଟିରୁ ଅଧିକ ଟଙ୍କା ଦଇଛନ୍ତି। ୫ବର୍ଷରେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ । କେବଳ ଏତିକି ଆର୍ଥିକ ସହାୟତାରେ ଅଟକିବ ନାହିଁ ସରକାର। ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ ଗୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧିନରେ ୧୫୩ କୋଟି ଟଙ୍କା ଦିଆଯିବ।
ମିଶନ ଶକ୍ତି ପାଇଁ ବ୍ୟୟବରାଦ ୨୭୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ମମତା ଯୋଜନାରେ ୨୮୪ କୋଟି ଟଙ୍କା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୨୦୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
କନ୍ୟା ସନ୍ତାନ ବୋଝ ନୁହେଁ, ଝିଅଙ୍କୁ ସମ୍ମାନ ସହ ସାମୁହିକ ବିବାହର ଆୟୋଜନ କରିବେ ସରକାର । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏ ନେଇ କାର୍ଯ୍ୟକାରୀ ହେବ । ଏଥିପାଇଁ ୧୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।
ବଜେଟ ଉପସ୍ଥାପନ ଦେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଐତିହାସିକ ଏବଂ ପଥ ପ୍ରଦର୍ଶକ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି ।




