ଛାତ୍ରଛାତ୍ରୀ ବ୍ୟବହାର କରିବେ ଗେରୁଆ ଆଇ-କାର୍ଡ
ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ । ଏଣିକି ବିଦ୍ୟାର୍ଥୀ ବ୍ୟବହାର କରିବେ ଗେରୁଆ ଆଇ-କାର୍ଡ । ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । […]
ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ । ଏଣିକି ବିଦ୍ୟାର୍ଥୀ ବ୍ୟବହାର କରିବେ ଗେରୁଆ ଆଇ-କାର୍ଡ । ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।
ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ । ଏଥିସହ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର ।
ବିଭିନ୍ନ ସମୟରେ ବାହାର ପିଲା କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯିବ । ବିଦ୍ୟାଳୟକୁ ପିଲମାନେ ଆସିବା ସମୟରେ ଆଇ-କାର୍ଡ ବେକରେ ପକାଇ ଆସିବେ । କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ ବରଂ ସ୍ଲୋଗାନ୍ ମଧ୍ୟ ବଦଳା ଯାଇଛି ।
ଏଥର ସ୍ଲୋଗାନରେ ପରିବର୍ତ୍ତନ କରାଯାଇ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ ହାଉସ ୟୁନିଫର୍ମ ଓ ଟୋପିର ଲୋଗ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ସୂଚନାନୁସାରେ,ସରକାରକୁ ଆସିବା ପରେ ପ୍ରଥମେ ସ୍କୁଲ ପିଲାଙ୍କ ୟୁନିଫର୍ମ ବଦଳାଇଥିଲେ ସରକାର । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମେରୁନ୍ ରଙ୍ଗର ପ୍ୟାଣ୍ଟ ସାଙ୍ଗକୁ ବାଦାମୀ ରଙ୍ଗର ସାର୍ଟ ରହିଥିଲା । ତେବେ ପୂର୍ବରୁ ଏହା ରଙ୍ଗ ହଣ୍ଟର ଗ୍ରୀନ୍ ଥିବାବେଳେ, ଏହାକୁ ବଦଳାଇ ଦେଇଥିଲେ ମୋହନ ସରକାର ।




