ଦୀକ୍ଷା ପୋର୍ଟାଲ୍‌ରୁ ଛାତ୍ରଛାତ୍ରୀ ପଢିବେ ପାଠ ,କର୍ତୃପକ୍ଷ କରିବେ ରୋଷ୍ଟର ଡ୍ୟୁଟି

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲି ଠାରୁ ବିଦ୍ୟାଳୟମାନଙ୍କରେ ଆରମ୍ଭ ହେଉଛି ଖରା ଛୁଟି I ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଆଗୁଆ ଗ୍ରୀଷ୍ମ ଛୁଟି ପାଇଁ ସରକାର ଘୋଷଣା କରିଛନ୍ତି। ଏହି ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ହୋଲି ଡେ ହୋମ ୱାର୍କ ଟାସ୍କ I ଶିକ୍ଷକମାନେ ଦୀକ୍ଷା ଆପରୁ ପିଲାଙ୍କୁ ପ୍ରଶ୍ନପତ୍ର ପ୍ରାକ୍ଟିସ କରାଇବେ I ଖରା ଛୁଟିରେ ଯେପରି […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲି ଠାରୁ ବିଦ୍ୟାଳୟମାନଙ୍କରେ ଆରମ୍ଭ ହେଉଛି ଖରା ଛୁଟି I ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଆଗୁଆ ଗ୍ରୀଷ୍ମ ଛୁଟି ପାଇଁ ସରକାର ଘୋଷଣା କରିଛନ୍ତି। ଏହି ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ହୋଲି ଡେ ହୋମ ୱାର୍କ ଟାସ୍କ I ଶିକ୍ଷକମାନେ ଦୀକ୍ଷା ଆପରୁ ପିଲାଙ୍କୁ ପ୍ରଶ୍ନପତ୍ର ପ୍ରାକ୍ଟିସ କରାଇବେ I ଖରା ଛୁଟିରେ ଯେପରି ପିଲାଙ୍କ ପାଠପଢା ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି I

ସ୍କୁଲ କର୍ତୃପକ୍ଷଙ୍କୁ ପିଲାଙ୍କ ପାଇଁ ହୋମୱାର୍କ ସିଟ ଦିଆଯାଇଛି I ଯେଉଥିଲେ ଏକ ଆସାଇନମେଣ୍ଟ ସିଟ କର୍ତ୍ତୃପକ୍ଷ ପିଲାମାନଙ୍କୁ ଦେବେ I ଏହି ଆସାଇନମେଣ୍ଟ କୁ ପିଲାମାନେ କରୁଛନ୍ତି କି ନାହିଁ ଉକ୍ତ କ୍ଲାସ ଶିକ୍ଷକ ଏହାକୁ ତଦାରଖ କରିବେ I ପାଠ କରିବା ସମୟରେ ପିଲାମାନେ ନିୟମିତ କ୍ଲାସ ଟିଚରଙ୍କୁ ଯୋଗାଯୋଗ କରି ପାଠ ବୁଝିପାରିବେ I ପିଲାମାନଙ୍କ ଦ୍ୱନ୍ଦ୍ୱ କୁ ଶିକ୍ଷକ ମାନେ ଦୂର କରିବେ ବୋଲି ଓସେପା ପକ୍ଷରୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି I ତେବେ ଯେଉଁ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ନଥିବ,ପାଖ ପଡିଶା ଘରେ ପିଲା ପଢୁଥିଲେ ସେଠାରେ ଏକାଠି ପଢିବା ସହ ନିଜର ପାଠପଢା ବିଷୟରେ ଶିକ୍ଷକଙ୍କୁ ଅବଗତ କରାଇ ପାରିବେ I

ସେହିପରି ଗ୍ରୀଷ୍ମ ଛୁଟିରେ ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ। ସ୍କୁଲରେ ରୋଷ୍ଟର୍‌ ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ। ବର୍ତ୍ତମାନ ସ୍କୁଲରେ ନାମଲେଖା ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଫିସ୍‌ ଖୋଲା ରହିବ। ସ୍କୁଲର ସମ୍ପତ୍ତି ଯେପରିକି ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଇତ୍ୟାଦି ଉପରେ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀମାନେ ନଜର ରଖିବେ। କୌଣସି ପ୍ରାକୃତିକ ବିପର୍ଯ୍ୟୟ (କାଳବୈଶାଖୀ ଇତ୍ୟାଦି) ହେଲେ ରୋଷ୍ଟର୍‌ ଡ୍ୟୁଟିରେ ଥିବା କର୍ମଚାରୀ ସ୍କୁଲ ଯାଇ ତଦାରଖ କରିବେ। ସ୍କୁଲ ଖୋଲିବା ପୂର୍ବରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସ୍କୁଲର ପରିମଳ ଏବଂ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି।

Tags: