ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା : ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣଙ୍କ +୨ ପଢୁଥିଲେ । ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ର ଇନ୍ଦ୍ରାବତୀ ହଷ୍ଟେଲ ବାଥରୁମ୍‌ରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ରାମଚନ୍ଦ୍ର ନାଏକଙ୍କ ଝିଅ ତୋଫାଲି ନାଏକ। ଆଜି ସକାଳେ ତୋଫାଲି ବାଥରୁମ ଯାଇ ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ସାଙ୍ଗ ମାନେ କବାଟ […]

Samaya Live Picture
Published On

ଭବାନୀପାଟଣା : ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣଙ୍କ +୨ ପଢୁଥିଲେ । ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ର ଇନ୍ଦ୍ରାବତୀ ହଷ୍ଟେଲ ବାଥରୁମ୍‌ରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ରାମଚନ୍ଦ୍ର ନାଏକଙ୍କ ଝିଅ ତୋଫାଲି ନାଏକ। ଆଜି ସକାଳେ ତୋଫାଲି ବାଥରୁମ ଯାଇ ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ସାଙ୍ଗ ମାନେ କବାଟ ବାଡେଇ ଡାକିଥିଲେ । ତେବେ ଭିତରୁ କୌଣସି ଶବ୍ଦ ନାସିବାରୁ ହଷ୍ଟେଲ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ହଷ୍ଟେଲ କର୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା । ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: