ବିଜେବି କଲେଜରେ ଛାତ୍ର ଅଶାନ୍ତିରୁ ରାସ୍ତାରୋକ
ଭୂବନେଶ୍ୱର : ରାଜଧାନୀ ସ୍ଥିତ ବିଜେବି କଲେଜରେ ପୁଣି ଛାତ୍ର ଅଶାନ୍ତି I ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ତାତିଲେ ଛାତ୍ରଛାତ୍ରୀ I ଜଣେ ପୂର୍ବତନ ଛାତ୍ର ନେତାଙ୍କୁ ପୋଲିସ ଗତକାଲି ରାତିରେ ପୋଲିସ ଉଠାଇନେବାରୁ ବିଜେବି କଲେଜ କ୍ୟାମ୍ପସରେ ଦେଖାଦେଇଛି ଛାତ୍ର ଉତ୍ତେଜନା I ପୁରାତନ ଛାତ୍ର ସ୍ମୃତି ରଞ୍ଜନ ପଣ୍ଡା ଗତକାଲି କଲେଜକୁ ଏଣ୍ଟ୍ରାନ୍ସ ଦେବାକୁ ଆସିଥିବାବେଳେ ତାଙ୍କୁ ଉଠାଇନେଇଥିଲା ପୋଲିସ I ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା I ଉଠାଇ ନେଇଥିବା […]
ଭୂବନେଶ୍ୱର : ରାଜଧାନୀ ସ୍ଥିତ ବିଜେବି କଲେଜରେ ପୁଣି ଛାତ୍ର ଅଶାନ୍ତି I ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ତାତିଲେ ଛାତ୍ରଛାତ୍ରୀ I ଜଣେ ପୂର୍ବତନ ଛାତ୍ର ନେତାଙ୍କୁ ପୋଲିସ ଗତକାଲି ରାତିରେ ପୋଲିସ ଉଠାଇନେବାରୁ ବିଜେବି କଲେଜ କ୍ୟାମ୍ପସରେ ଦେଖାଦେଇଛି ଛାତ୍ର ଉତ୍ତେଜନା I ପୁରାତନ ଛାତ୍ର ସ୍ମୃତି ରଞ୍ଜନ ପଣ୍ଡା ଗତକାଲି କଲେଜକୁ ଏଣ୍ଟ୍ରାନ୍ସ ଦେବାକୁ ଆସିଥିବାବେଳେ ତାଙ୍କୁ ଉଠାଇନେଇଥିଲା ପୋଲିସ I ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା I ଉଠାଇ ନେଇଥିବା ଛାତ୍ରଙ୍କୁ ତୁରନ୍ତ ଖଲାସ କରିବା ଦାବି ନେଇ ଆଜି କଲେଜ ଗେଟରେ ତାଲା ପକାଇ ଥିଲେ ଛାତ୍ରଛାତ୍ରୀମାନେ I ଏହାସହିତ ବିଜେବି କଲେଜ ସମ୍ମୁଖରେ ଟାୟାର ଜାଳି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ୨ ପାର୍ଶ୍ୱରେ ସହ ସହ ଗାଡି ମଟର ଜାମ ହୋଇ ଯାତାୟାତ ବ୍ୟାହତ ହୋଇଥିଲା I
ସୂଚନାନୁସାରେ,ପୋଲିସ ଉଠାଇନେଇଥିବା ଛାତ୍ରଜଣକ ପୂର୍ବରୁ ଏକ କଲେଜ ଗଣ୍ଡଗୋଳରେ ସମ୍ପୃକ୍ତ ଥିବାନେଇ ପୋଲିସ କହିଥିଲା I ତେବେ ସେହି ଘଟଣାରେ ଉକ୍ତ ଛାତ୍ରର କୌଣସି ହାତ ନଥିବା କଥା ବକହିଛନ୍ତି ଆନ୍ଦୋଳନରତ ପିଲାମାନେ I ଗଣ୍ଡଗୋଳରେ ସମ୍ପୃକ୍ତଥିବା ଅଣଛାତ୍ର ମାନଙ୍କୁ ପୋଲିସ ଗିରଫ କରିବା ପରିବର୍ତ୍ତେ ନିର୍ଦୋଷ ଛାତ୍ରଙ୍କୁ ଗିରଫ କରିଥିଲା I ଗିରଫ ଛାତ୍ର ସ୍ମୃତି ରଞ୍ଜନଙ୍କୁ ତୁରନ୍ତ ଛାଡିବାକୁ ନେଇ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ I




