MKCG ରେ ପୁଣି ଛାତ୍ର ଅଶାନ୍ତି
ବ୍ରହ୍ମପୁର : ପୁଣି ମେଡିକାଲ ପରିସରରେ ଛାତ୍ର ଅଶାନ୍ତି । ଶିଶୁ ବିଭାଗର ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗର କିଛି ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନ ପରେ ମେଡିକାଲ କ୍ୟାମ୍ପସ୍ରେ ପୁଣି ରାଗିଂ ଅଭିଯୋଗ ଆସିଛି I କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ନିୟମିତ ରାଗିଂ ହେଉଥିବା ବି ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ସଂପୃକ୍ତ ଛାତ୍ର ମାନସିକ ଚାପରେ […]
ବ୍ରହ୍ମପୁର : ପୁଣି ମେଡିକାଲ ପରିସରରେ ଛାତ୍ର ଅଶାନ୍ତି । ଶିଶୁ ବିଭାଗର ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗର କିଛି ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନ ପରେ ମେଡିକାଲ କ୍ୟାମ୍ପସ୍ରେ ପୁଣି ରାଗିଂ ଅଭିଯୋଗ ଆସିଛି I କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ନିୟମିତ ରାଗିଂ ହେଉଥିବା ବି ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜଣେ ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ସଂପୃକ୍ତ ଛାତ୍ର ମାନସିକ ଚାପରେ ଥିବାବେଳେ ସେ ହଷ୍ଟେଲ ଛାତରୁ ଡେଇଁବାକୁ ଉଦ୍ୟମ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ ପରେ ବି ହେଉନି ସମାଧାନ। କ୍ୟାମ୍ପସରେ ଲାଗି ରହିଛି ଅଶାନ୍ତ ବାତାବରଣ।




