ଡିଜେଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ର

କଟକ : ନାବାଳକଙ୍କ ଅଭାବନୀୟ କାଣ୍ଡ । ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ହେଲେ ଜୀବନ୍ତ ଦଗ୍ଧ । କଟକ ପୁରୀଘାଟ ଥାନା ଅନ୍ତର୍ଗତ ମଠ ସାହିରେ ଘଟିଛି ଏହି ଘଟଣା । ନାବାଳକ ଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଅଙ୍କନ ଦତ୍ତ (୧୭) ବର୍ଷ । ସେଠାରେ ସେ ଭଡାରେ ରହି କଟକରେ ଏହା ଘରୋଇ କଲେଜରେ +୨ ପଢୁଥିଲେ ବୋଲି ସୂଚନା ମିଳିଛି । ତେବେ ତାଙ୍କର ଏପରି କାଣ୍ଡ ବିଷୟରେ […]

ଡିଜେଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ର
Samaya Live Picture
Published On

କଟକ : ନାବାଳକଙ୍କ ଅଭାବନୀୟ କାଣ୍ଡ । ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ହେଲେ ଜୀବନ୍ତ ଦଗ୍ଧ । କଟକ ପୁରୀଘାଟ ଥାନା ଅନ୍ତର୍ଗତ ମଠ ସାହିରେ ଘଟିଛି ଏହି ଘଟଣା । ନାବାଳକ ଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଅଙ୍କନ ଦତ୍ତ (୧୭) ବର୍ଷ । ସେଠାରେ ସେ ଭଡାରେ ରହି କଟକରେ ଏହା ଘରୋଇ କଲେଜରେ +୨ ପଢୁଥିଲେ ବୋଲି ସୂଚନା ମିଳିଛି । ତେବେ ତାଙ୍କର ଏପରି କାଣ୍ଡ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହି ଗୋପାଳଜିଉ ଲେନରେ ପରିବାର ସହ ଭଡ଼ା ଘରେ ରହୁଥିଲେ ଅଙ୍କନ ଦତ୍ତ । ତାଙ୍କ ଘର ପଶ୍ଚିମବଙ୍ଗ । ତାଙ୍କ ବାପା ବ୍ୟବସାୟ କରୁଥିବାବେଳେ ଅଙ୍କନ କଟକରେ ଏକ ଘରୋଇ କଲେଜରେ +୨ ପଢୁଥିଲେ । ଆଜି ସକାଳେ ନାବାଳକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।ତେବେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

Tags: