ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ
ପୁରୀ : ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ ଜୋର ଧରିଥିବାବେଳେ ପୁଣି ଘଟିଛି ଆଉ ଏକ ସ୍ପର୍ଶକାତର ଘଟଣା । ନାବଳିକା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ୩ ଦୁର୍ବୁତ୍ତ । ଘଟଣା ଘଟିଛି କୋଣାର୍କ ବଳଙ୍ଗା ଥାନା ବାୟାବର ଗାଁରେ । ପୀଡିତା ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପାଠ ପଢୁଥିବା ସୂଚନା ମିଳିଛି । ୩ଜଣ ଦୁର୍ବୃତ୍ତ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ […]
ପୁରୀ : ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ ଜୋର ଧରିଥିବାବେଳେ ପୁଣି ଘଟିଛି ଆଉ ଏକ ସ୍ପର୍ଶକାତର ଘଟଣା । ନାବଳିକା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ୩ ଦୁର୍ବୁତ୍ତ । ଘଟଣା ଘଟିଛି କୋଣାର୍କ ବଳଙ୍ଗା ଥାନା ବାୟାବର ଗାଁରେ । ପୀଡିତା ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପାଠ ପଢୁଥିବା ସୂଚନା ମିଳିଛି । ୩ଜଣ ଦୁର୍ବୃତ୍ତ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକା ଛାତ୍ରୀକୁ ପିପିଲି ମେଡିକାଲରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଦେହରେ ୪୦ ପ୍ରତିଶତ ପୋଡ଼ିଯାଇଛି । ବଳଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ତେବେ ନାବାଳିକାଙ୍କ ଉପରେ କିଏ ଓ କାହିଁକି ନିଆଁ ଲଗାଇ ଦେଇଥିଲେ ସେନେଇ ତନାଘନା ଆରମ୍ଭ ହୋଇଛି ।
ସୂଚନାନୁସାରେ,ଆଜି ସକାଳ ୮ଟା ବେଳେ ଛାତ୍ରୀ ଜଣଙ୍କ ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ହଠାତ୍ ଅଧାରାସ୍ତାରେ ୩ ଜଣ ଯୁବକ ଦୁର୍ବୁତ୍ତ ମୁହଁରେ ରୁମାଲ ବାନ୍ଧି ଆସି ଛାତ୍ରୀଙ୍କୁ ନଦୀ ପଠାକୁ ଉଠାଇ ନେଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟାଇବା ପରେ ଦୁର୍ବୁତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ଦୁର୍ବୁତ୍ତମାନଙ୍କୁ ଛାତ୍ରୀ ଜଣକ ଚିହ୍ନି ନଥିବା କହିଛନ୍ତି । ନିଆଁ ଲଗାଇବାର ସଠିକ କାରଣ ଜଣାପଡି ନାହିଁ ।
ଅନ୍ୟପଟେ ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉଦବେଗ ପ୍ରକାଶ କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଳଙ୍ଗା ଥାନା ପୋଲିସକୁ ନିର୍ଦେଶ ଦେଇଛନ୍ତି । ଏହାସହିତ ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ।




