ଦଶହରା ଛୁଟି ପୂର୍ବରୁ ହେଇପାରେ ଛାତ୍ର ସଂସଦ ନିର୍ବାଚନ – ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଦଶହରା ଛୁଟି ପରେ ଛାତ୍ର ସଂସଦ ନିର୍ବାଚନ ହେଇପାରେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ ପୂଜା ଛୁଟି ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ତେଣୁ ସଠିକ୍ ସମୟରେ ପାଠପଢା […]
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଦଶହରା ଛୁଟି ପରେ ଛାତ୍ର ସଂସଦ ନିର୍ବାଚନ ହେଇପାରେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ ପୂଜା ଛୁଟି ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ତେଣୁ ସଠିକ୍ ସମୟରେ ପାଠପଢା ଶେଷ କରାଯିବାକୁ ପ୍ରୟାସ ଜାରି ରହିଛି ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ପୂର୍ବ ସରକାର ସମୟରୁ ଦୀର୍ଘ ୮ ବର୍ଷ ହେବ ବନ୍ଦ ରହିଛି କଲେଜ ନିର୍ବାଚନ । କେତେବେଳେ କଲେଜରେ ବିଶୃଙ୍ଖଳା ପୁଣି କରୋନା ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଯାହାକୁ ନେଇ ବିରୋଧୀ ଦଳଗୁଡିକ ସେତେବେଳେ ଅସନ୍ତୋଷ ପ୍ରକାଶ କରିଥିଲେ । ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଥିଲେ । ରାଜ୍ୟରେ ବିଜେପି ସରକାର ହେବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ଏହିବର୍ଷ କଲେଜ ଇଲେକ୍ସନ୍ ହେବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂଚନା ଦେବା ପରେ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।




