ହଷ୍ଟେଲକୁ ନେଇ ଛାତ୍ର ଆନ୍ଦୋଳନ

ଭୁବନେଶ୍ୱର : ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତରକୁ ବିରୋଧ କରି ଛାତ୍ରମାନେ କରିଛନ୍ତି ଆନ୍ଦୋଳନ । ତଥ୍ୟାନୁସାରେ ,ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର ଦ୍ଵିତୀୟ ବର୍ଷର ଛାତ୍ର ପିଜି କାଉନସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ହଷ୍ଟେଲରେ ସିଙ୍ଗିଲ ରୁମ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ଆଜି […]

Samaya Live Picture
Published On

ଭୁବନେଶ୍ୱର : ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତରକୁ ବିରୋଧ କରି ଛାତ୍ରମାନେ କରିଛନ୍ତି ଆନ୍ଦୋଳନ ।
ତଥ୍ୟାନୁସାରେ ,ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର ଦ୍ଵିତୀୟ ବର୍ଷର ଛାତ୍ର ପିଜି କାଉନସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ହଷ୍ଟେଲରେ ସିଙ୍ଗିଲ ରୁମ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ଆଜି ଉତ୍ୟକ୍ତ ଛାତ୍ରଛାତ୍ରୀ ପିଜି କାଉନ୍ସିଲ ସମ୍ମୁଖରେ ଧାରଣାରେ ବସିବା ସହ ଏହି ଘଟଣାରେ ଭିସି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଘଟଣାର ସମାଧାନ ନହେଲେ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

Tags: