ବିରୂପାକୁ ଡେଇଁ ଛାତ୍ର ନିଖୋଜ

କଟକ : ବିରୂପା ବ୍ୟାରେଜ ଉପରୁ ନଦୀକୁ ଡେଇଁଲେ ଛାତ୍ର । ଆଜି ସକାଳେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଛାତ୍ରଙ୍କର କୌଣସି ପତ୍ତା ମିଳିପାରି ନାହିଁ । କଟକ ଜିଲ୍ଲା ବିରୂପା ବ୍ୟାରେଜ୍‌ ନିକଟରେ ସାଇକେଲ ଏବଂ ମୋବାଇ ରଖି ନଦୀକୁ ଡେଇଁ ଥିଲେ ଛାତ୍ର ଜଣକ । ନିଖୋଜ ଛାତ୍ର ହେଲେ କଟକ ଚୌଦ୍ୱାର ୱାର୍ଡ ନମ୍ବର ୧୨ ର ପ୍ରଦୀପ କୁମାର ଦାସ । ସେ +୩ ରେ ପଢୁଥିଲେ । […]

Samaya Live Picture
Published On

କଟକ : ବିରୂପା ବ୍ୟାରେଜ ଉପରୁ ନଦୀକୁ ଡେଇଁଲେ ଛାତ୍ର । ଆଜି ସକାଳେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଛାତ୍ରଙ୍କର କୌଣସି ପତ୍ତା ମିଳିପାରି ନାହିଁ । କଟକ ଜିଲ୍ଲା ବିରୂପା ବ୍ୟାରେଜ୍‌ ନିକଟରେ ସାଇକେଲ ଏବଂ ମୋବାଇ ରଖି ନଦୀକୁ ଡେଇଁ ଥିଲେ ଛାତ୍ର ଜଣକ । ନିଖୋଜ ଛାତ୍ର ହେଲେ କଟକ ଚୌଦ୍ୱାର ୱାର୍ଡ ନମ୍ବର ୧୨ ର ପ୍ରଦୀପ କୁମାର ଦାସ । ସେ +୩ ରେ ପଢୁଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଛତ୍ର ଜଣଙ୍କ କେଉଁ କାରଣ ଯୋଗୁଁ ନଦୀକୁ ଡ଼େଇଁଛନ୍ତି ଏହାର କାରଣ ଜଣାପଡିନଥିବା ବେଳେ ,ଘଟଣାସ୍ଥଳରେ ତାଙ୍କ ପରିବାର ଲୋକ ଆସି ପହଁଚିଥିବା ଜଣାପଡିଛି ।

Tags: