ଦେବୀ ନଦୀରେ ଅଘଟଣ ,ଭାସିଯାଇ ଛାତ୍ର ନିଖୋଜ
କାକଟପୁର : ଗାଧୋଇବାବେଳେ ଦେବୀ ନଦୀରେ ପୁଣି ୩ ଜଣ ଛାତ୍ର I ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ,ଜଣେ ଛାତ୍ର ନିଖୋଜ ଅଛନ୍ତି I ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ନିକଟରେ । ୩ ଜଣ ସାଙ୍ଗ ଏକା ସହିତ ଗାଧୋଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି I ଘଟଣା ସ୍ଥଳରେ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ପହଁଚି ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। […]
କାକଟପୁର : ଗାଧୋଇବାବେଳେ ଦେବୀ ନଦୀରେ ପୁଣି ୩ ଜଣ ଛାତ୍ର I ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ,ଜଣେ ଛାତ୍ର ନିଖୋଜ ଅଛନ୍ତି I ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ନିକଟରେ । ୩ ଜଣ ସାଙ୍ଗ ଏକା ସହିତ ଗାଧୋଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି I ଘଟଣା ସ୍ଥଳରେ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ପହଁଚି ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ ସେକ୍ ଦାନିବ (୧୭)।
ସୂଚନା ଅନୁସାରେ କାକଟପୁର ବ୍ଲକ ଅନ୍ତର୍ଗତ ଲତାହରଣ ଗ୍ରାମପଞ୍ଚାୟତ ବାଉରିଆକଣ ଗ୍ରାମ ଲତାହରଣ ବସ୍ତିର ସେକ୍ ୟାକୁବ୍ଙ୍କ ପୁଅ ସେକ୍ ଦାନିବ ୩ ଜଣ ସାଙ୍ଗଙ୍କ ସହିତ ବାଉରିଆକଣ ଦେବୀ ନଦୀକୁ ଦିନ ୧୨ଟା ସମୟରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେକ୍ ଦାନିବ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି। ଅନ୍ୟ ଦୁଇ ସାଙ୍ଗ ଏ ସମ୍ପର୍କରେ ଗ୍ରାମରେ ଜଣାଇବା ପରେ ସଂଗେ ସଂଗେ ନଦୀକୂଳକୁ ଲୋକଙ୍କ ସୁଅ ଛୁଟିଥିଲା। ଅପରାହ୍ନ ୪ଟା ସୁଦ୍ଧା ଦାନିବର କୌଣସି ପତ୍ତା ମିଳି ପାରିନାହିଁ । ଏଠାରେ ପ୍ରକାଶ ଯୋଗ୍ୟ, ଦାନିବ ଜଣେ ମେଧାବୀ ଛାତ୍ର ଥିବାବେଳେ ସେ ନିକଟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୭ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ୪ ଜଣ ନାବାଳକ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୩ ଜଣ ପ୍ରାଣ ହରାଇଥିଲେ I ସେମାନଙ୍କ ମଧ୍ୟରୁ ଆମ୍ବଶାଳ ଚନ୍ଦ୍ରପଡ଼ା ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ (ବବ୍ଲୁ, ୧୬ ବର୍ଷ) ଓ ଚନ୍ଦ୍ରପଡ଼ା ଗ୍ରାମର ମାନସ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ (କାହ୍ନା,୧୬ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର କୁନା ପାତ୍ରଙ୍କ ନବମ ଶ୍ରେଣୀ ପଢ଼ୁଥିବା ପୁଅ ଶୁଭମ୍ ପାତ୍ର(୧୬)ଙ୍କର ମଙ୍ଗଳବାର ସକାଳୁ ମୃତଦେହଉଦ୍ଧାର କରାଯାଇଥିଲା ।




