ସ୍କୁଲ ଗାଡ଼ିରୁ ପଡି ଛାତ୍ରୀ ଆହତ
ଭଦ୍ରକ: ସ୍କୁଲ ଗାଡ଼ିରୁ ପଡି ଛାତ୍ରୀଙ୍କ ମୁଣ୍ଡ ଫାଟିଲା I ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ପାଞ୍ଚପଡ଼ାରେ ଦେଖିବାକୁ ମିଳିଛି I ସୂଚନାନୁସାରେ, ସୋଫିଆ ଇଂରାଜୀ ମିଡିୟମ୍ ସ୍କୁଲ ଗାଡ଼ି ପିଲାମାନଙ୍କୁ ନେଇ ଘରକୁ ଛାଡ଼ିବାକୁ ଯାଉଥିଲା I ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଏବଂ ଗାଡ଼ିର ପଛ ଡୋର୍ ଲକ୍ ଖରାପ ଥିବାରୁ ଗାଡ଼ି ଚାଲୁଥିବା ସମୟରେ ଚାନ୍ଦବାଲି ବ୍ଲକ୍ ସମ୍ମୁଖ ରାସ୍ତାରେ ୨ଟି ସ୍କୁଲ ପିଲା ଗାଡ଼ିରୁ ତଳକୁ […]
ଭଦ୍ରକ: ସ୍କୁଲ ଗାଡ଼ିରୁ ପଡି ଛାତ୍ରୀଙ୍କ ମୁଣ୍ଡ ଫାଟିଲା I ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ପାଞ୍ଚପଡ଼ାରେ ଦେଖିବାକୁ ମିଳିଛି I
ସୂଚନାନୁସାରେ, ସୋଫିଆ ଇଂରାଜୀ ମିଡିୟମ୍ ସ୍କୁଲ ଗାଡ଼ି ପିଲାମାନଙ୍କୁ ନେଇ ଘରକୁ ଛାଡ଼ିବାକୁ ଯାଉଥିଲା I ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଏବଂ ଗାଡ଼ିର ପଛ ଡୋର୍ ଲକ୍ ଖରାପ ଥିବାରୁ ଗାଡ଼ି ଚାଲୁଥିବା ସମୟରେ ଚାନ୍ଦବାଲି ବ୍ଲକ୍ ସମ୍ମୁଖ ରାସ୍ତାରେ ୨ଟି ସ୍କୁଲ ପିଲା ଗାଡ଼ିରୁ ତଳକୁ ଖସି ପଡ଼ିଥିଲେ I ତେବେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରୀଙ୍କର ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି I ଛାତ୍ରୀ ଜଣଙ୍କର ମୁଣ୍ଡ ଫାଟି ରକ୍ତ ବାହାରୁଥିବା ଦେଖି ତାଙ୍କୁ ତୁରନ୍ତ ଚାନ୍ଦବାଲି ମେଡିକାଲକୁ ନେଇ ଚିକିତ୍ସା କରି ଘରକୁ ପଠାଯାଇଛି I ଏ ବାବଦରେ ସୋଫିଆ ଇଂରାଜୀ ବିଦ୍ୟାଳୟର ଚେୟାରମ୍ୟାନ୍ ରଞ୍ଜନ ଦାସ୍ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଥିବା ବେଳେ ଉକ୍ତ ଗାଡ଼ିଟିର ଫିଟନେସ୍ ନଥିବା ପ୍ରକାଶ କରିଛନ୍ତି I ଗାଡିଟି ଫିଟନେସ୍ ପାଇଁ ଯାଇଥିବା ବେଳେ ଆରଟିଓ ରିଜେକ୍ଟ କରିଥିବା କଥା କହିଛନ୍ତି I ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାନ୍ଦବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରଣୟ ନାୟକ ପ୍ରକାଶ କରିଛନ୍ତି I




