ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ
ଜଗତସିଂପୁର : ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀକୁ ଗାଧେଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ଶ୍ରେୟାଂଶୁ ପୃଷ୍ଟି I ସେ ଶାରଳା ମହାବିଦ୍ୟାଳୟରେ +୨ର ଛାତ୍ର ଥିଲେ I ତାଙ୍କ ବାପାଙ୍କ ନାଁ ସୁଧାଂଶୁ ପୃଷ୍ଟି I ସେ ଜଣେ ସାମ୍ବାଦିକ I ଗତକାଲି ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ ମହାନଦୀ କୂଳକୁ ଯାଇ ଶୌଚ ହେଉଥିବା ବେଳେ ଶ୍ରେୟାଂଶୁଙ୍କ ଗୋଡ଼ ଖସିଯାଇଥିଲା। ଏହି ଅଘଟଣ ପରେ ସ୍ଥାନୀୟ ଲୋକେ ଅଗ୍ନିଶମ […]
ଜଗତସିଂପୁର : ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀକୁ ଗାଧେଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ଶ୍ରେୟାଂଶୁ ପୃଷ୍ଟି I ସେ ଶାରଳା ମହାବିଦ୍ୟାଳୟରେ +୨ର ଛାତ୍ର ଥିଲେ I ତାଙ୍କ ବାପାଙ୍କ ନାଁ ସୁଧାଂଶୁ ପୃଷ୍ଟି I ସେ ଜଣେ ସାମ୍ବାଦିକ I ଗତକାଲି ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ ମହାନଦୀ କୂଳକୁ ଯାଇ ଶୌଚ ହେଉଥିବା ବେଳେ ଶ୍ରେୟାଂଶୁଙ୍କ ଗୋଡ଼ ଖସିଯାଇଥିଲା।
ଏହି ଅଘଟଣ ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାହା ମିଳିପାରିନଥିଲା। ପରେ ଜଗତସିଂହପୁର ଓଡ୍ରାଫ ଟିମ୍ ସହାୟତାରେ ଆଜି ସକାଳ ୭ ଟା ସମୟରେ ମହାନଦୀରୁ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆଯାଇଛି । ଶ୍ରେୟାଂଶୁଙ୍କ ଅକାଳ ବିୟୋଗ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I




