ସ୍କୁଲରେ ବ୍ୟାୟାମ କରୁଥିବା ବେଳେ ଛାତ୍ରଙ୍କ ମୃତ୍ୟୁ
ରାଜଗାଙ୍ଗପୁର : ସ୍କୁଲରେ ବ୍ୟାୟାମ ଚାଲୁଥିବାବେଳେ ଛାତ୍ରଙ୍କର ମୃତ୍ୟୁ I ଏଭଳି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସେଣ୍ଟରରେ । ମୃତ ଛାତ୍ର ଜଣକ ଦଶମ ଶ୍ରେଣୀରେ ପଢୁଥିଲେ,ତାଙ୍କ ନାଁ ଏମଡି ମୋହାଦିସ ନୌସାଦ। ସେ ରାଜଗାଙ୍ଗପୁର ଅଂଚଳର ବାସିନ୍ଦା ଏମଡି ନୌସେଡ ଅଲ୍ଲୀଙ୍କ ସାନ ପୁଅ I ସୂଚନା ମୁତାବକ, ଆଜି ସକାଳେ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ଛାତ୍ରଛାତ୍ରୀମାନେ ଏକତ୍ରିତ ବ୍ୟାୟାମ କରୁଥିବା ସମୟରେ ଅନ୍ୟ ଛାତ୍ର ଛାତ୍ରୀଙ୍କ […]
ରାଜଗାଙ୍ଗପୁର : ସ୍କୁଲରେ ବ୍ୟାୟାମ ଚାଲୁଥିବାବେଳେ ଛାତ୍ରଙ୍କର ମୃତ୍ୟୁ I ଏଭଳି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସେଣ୍ଟରରେ । ମୃତ ଛାତ୍ର ଜଣକ ଦଶମ ଶ୍ରେଣୀରେ ପଢୁଥିଲେ,ତାଙ୍କ ନାଁ ଏମଡି ମୋହାଦିସ ନୌସାଦ। ସେ ରାଜଗାଙ୍ଗପୁର ଅଂଚଳର ବାସିନ୍ଦା ଏମଡି ନୌସେଡ ଅଲ୍ଲୀଙ୍କ ସାନ ପୁଅ I
ସୂଚନା ମୁତାବକ, ଆଜି ସକାଳେ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ଛାତ୍ରଛାତ୍ରୀମାନେ ଏକତ୍ରିତ ବ୍ୟାୟାମ କରୁଥିବା ସମୟରେ ଅନ୍ୟ ଛାତ୍ର ଛାତ୍ରୀଙ୍କ ସହିତ ଦଶମ ଶ୍ରେଣୀ ଛାତ୍ର ଏମଡି ମୋହାଦିସ ନୌସାଦ ଦୌଡୁଥିଲେ I ଏହି ସମୟରେ ସେ ହଠାତ ତଳେ ପଡ଼ିଯାଇ ଅଚେତ ହୋଇ ଯାଇଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍କୁଲ କତୃପକ୍ଷଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ତଥା ସ୍କୁଲ ସହପାଠୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।




