ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ,ପରିସରରେ ବ୍ୟାପକ ଭଙ୍ଗାରୁଜା
ଭୁବନେଶ୍ୱର : ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟ ଛାତ୍ରୀବାସରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ । ଗତକାଲି ରାତିରେ ଛାତ୍ରୀ ଜଣଙ୍କ ହଷ୍ଟେଲ କ୍ୟାମ୍ପସରେ ଆତ୍ମହତ୍ୟା କରିଥିଲେ । ଏହା ଜଣାପଡିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବିରେ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ନେପାଳୀ ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ମୃତ ଛାତ୍ରୀ ଜଣଙ୍କ ବିଟେକ କରୁଥିଲେ। ପ୍ରେମ […]
ଭୁବନେଶ୍ୱର : ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟ ଛାତ୍ରୀବାସରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ । ଗତକାଲି ରାତିରେ ଛାତ୍ରୀ ଜଣଙ୍କ ହଷ୍ଟେଲ କ୍ୟାମ୍ପସରେ ଆତ୍ମହତ୍ୟା କରିଥିଲେ । ଏହା ଜଣାପଡିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଦାବିରେ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ନେପାଳୀ ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ମୃତ ଛାତ୍ରୀ ଜଣଙ୍କ ବିଟେକ କରୁଥିଲେ। ପ୍ରେମ ବ୍ୟାପାରରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି । ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ କ୍ୟାମ୍ପସ ଛାଡ଼ିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।




