ପାଣିଟାଙ୍କି କାନ୍ଥ ଭୁଶୁଡି ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର : ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ମୃତ୍ୟୁ । ୪ ଜଣ ଛାତ୍ର ଟିଫିନ ଖାଇସାରି ହାତ ଧୋଇବାକୁ ଯାଇଥିବା ବେଳେ ଏହି ପାଣି ଟାଙ୍କି ଛାତ ଭୁଶୁଡି ପଡିଥିଲା । ମୃତ ଛାତ୍ର ହେଲେ ନାରାୟଣ ଟୁଡୁ ୧୦ ବର୍ଷ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରସ୍ଥିତ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ଥିବା ହଷ୍ଟେଲରେ । ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି। ଆଜି ସକାଳେ ଜଳିଖିଆ […]

Samaya Live Picture
Published On

ବାଲେଶ୍ୱର : ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ମୃତ୍ୟୁ । ୪ ଜଣ ଛାତ୍ର ଟିଫିନ ଖାଇସାରି ହାତ ଧୋଇବାକୁ ଯାଇଥିବା ବେଳେ ଏହି ପାଣି ଟାଙ୍କି ଛାତ ଭୁଶୁଡି ପଡିଥିଲା । ମୃତ ଛାତ୍ର ହେଲେ ନାରାୟଣ ଟୁଡୁ ୧୦ ବର୍ଷ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରସ୍ଥିତ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ଥିବା ହଷ୍ଟେଲରେ ।

ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି। ଆଜି ସକାଳେ ଜଳିଖିଆ ଖାଇ ସାରି ହାତ ଧୋଇବାକୁ ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ ପାଖକୁ ଯାଇଥିଲେ। ଏହି ସମୟରେ ସେଠାରେ ଅନ୍ୟ ୩ ଜଣ ପିଲା ଗାଧୋଉ ଥିଲେ I ତେବେ ଟାଙ୍କିରେ ପାଣି ଭର୍ତି ହୋଇ ଉଛୁଳିବାରୁ ଜଣେ ପିଲା ମୋଟର ସୁଇଚ ବନ୍ଦ କରିବାକୁ ଯାଇଥିଲା I ଏହି ସମୟରେ ପାଣି ଟାଙ୍କିର କାନ୍ଥଟି ପିଲାଟି ଉପରେ ଭୁଶୁଡ଼ି ପଡ଼ିଥିଲା। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା I ତେବେ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ Iପାଣି ଟାଙ୍କିଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ କାନ୍ଥରେ ଫାଟ ପଡିଯାଇଥିବାର ଦେଖାଯାଇଥିଲା I ଏହି ଅଘଟଣ ପରେ ବାଲେଶ୍ୱର ସଦର ପୋଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି I

Tags: