ବିଭିନ୍ନ ଦାବିନେଇ ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର : ରାଜରାସ୍ତାରେ ଛାତ୍ର କଂଗ୍ରେସ । ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ରସରେ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲି କରି ରଣହୁଙ୍କାର ଦେଇଥିଲା ଛାତ୍ର କଂଗ୍ରେସ । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହିତ ତମାମ ଛାତ୍ରନେତାମାନେ ସାମିଲ ହେଇଥିଲେ । ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ଶିଶୁ ଭବନ […]
ଭୁବନେଶ୍ୱର : ରାଜରାସ୍ତାରେ ଛାତ୍ର କଂଗ୍ରେସ । ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ରସରେ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲି କରି ରଣହୁଙ୍କାର ଦେଇଥିଲା ଛାତ୍ର କଂଗ୍ରେସ । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହିତ ତମାମ ଛାତ୍ରନେତାମାନେ ସାମିଲ ହେଇଥିଲେ । ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ଶିଶୁ ଭବନ ଛକରେ ପୋଲିସ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା,କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ।




