କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ । କଲେଜ ହଷ୍ଟେଲ ଭିତରେ ଏହି ଘଟଣା ଘଟିଛି I ଛାତ୍ରୀ ଜଣଙ୍କ ହେଉଛନ୍ତି ଅର୍ଚ୍ଚନା ଦାସ I ତାଙ୍କ ଘର କେନ୍ଦୁଝର ହୋଇଥିବାବେଳେ ସେ BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀଥିଲେ । ଖବର ପାଇ ସାଇଣ୍ଟିଫିକ ଟିମ ସହିତ ଚନ୍ଦକା ଥାନା ପୋଲିସ […]
ଭୁବନେଶ୍ୱର : ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ । କଲେଜ ହଷ୍ଟେଲ ଭିତରେ ଏହି ଘଟଣା ଘଟିଛି I ଛାତ୍ରୀ ଜଣଙ୍କ ହେଉଛନ୍ତି ଅର୍ଚ୍ଚନା ଦାସ I ତାଙ୍କ ଘର କେନ୍ଦୁଝର ହୋଇଥିବାବେଳେ ସେ BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀଥିଲେ । ଖବର ପାଇ ସାଇଣ୍ଟିଫିକ ଟିମ ସହିତ ଚନ୍ଦକା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ବତଦନ୍ତ ଆରମ୍ଭ କରିଛି I
ଘଟନାନୁସାରେ ଗତକାଲି ଅର୍ଚ୍ଚନା ପରୀକ୍ଷା ଦେଇ ଆସିବା ପରେ ରୁମ୍ ଭିତରେ ଏଭଳି କରିଥିବା ଜଣା ପଡ଼ିଛି । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଓ ପରିବାର ଲୋକଙ୍କ ବିନା ଉପସ୍ଥିତିରେ ଅର୍ଚ୍ଚନାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ଦାୟୀ କରିଛନ୍ତି ପରିବାର ଲୋକ । ତେବେ ଘଟଣାର ପୋଲିସ ତଦନ୍ତ ଚାଲୁ ରହିଥିବାବେଳେ ,ଅର୍ଚ୍ଚନାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ I




