ଚୋର କହିବାରୁ ମାନସିକ ଭାରସାମ୍ୟ ହରାଇ ଛାତ୍ରଙ୍କ ଆତ୍ମହତ୍ୟା

ଯାଜପୁର : ମାନସିକ ନିର୍ଯାତନା ସହିନପାରି ଯୁକ୍ତ ଦୁଇ କଲେଜ ଛାତ୍ରଙ୍କ ଆତ୍ମହତ୍ୟା । କଲେଜ ଛାତ୍ରଙ୍କ ବିରୋଧରେ ମୋବାଇଲ ଚୋରି ଅଭିଯୋଗ ଆଣି ଆଣ୍ଠେଇ ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ଅପମାନ ସହି ନପାରି ଘରକୁ ଆସିବିଷ ପିଇ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଯାଜପୁର ଜିଲ୍ଲା କୁଆଖିଆ ଥାନା ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଗୋଡ଼ା ଗାଁରେ । ମୃତ ଛାତ୍ରଙ୍କ ନାଁ ଆଶିଷ […]

Samaya Live Picture
Published On

ଯାଜପୁର : ମାନସିକ ନିର୍ଯାତନା ସହିନପାରି ଯୁକ୍ତ ଦୁଇ କଲେଜ ଛାତ୍ରଙ୍କ ଆତ୍ମହତ୍ୟା । କଲେଜ ଛାତ୍ରଙ୍କ ବିରୋଧରେ ମୋବାଇଲ ଚୋରି ଅଭିଯୋଗ ଆଣି ଆଣ୍ଠେଇ ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ଅପମାନ ସହି ନପାରି ଘରକୁ ଆସିବିଷ ପିଇ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଯାଜପୁର ଜିଲ୍ଲା କୁଆଖିଆ ଥାନା ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଗୋଡ଼ା ଗାଁରେ । ମୃତ ଛାତ୍ରଙ୍କ ନାଁ ଆଶିଷ ପଣ୍ଡା । ସେ ଜାରକାସ୍ଥିତ ରେନେସାଁ ନାମକ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ଛାତ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଧର୍ମଶାଳା ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଘଟନାନୁସାରେ, ଆଶିଷ ଜାରକା ସ୍ଥିତ ରେନେସାଁରେ ଥିବା ଏକ ଘରୋଇ କଲେଜରେ ହଷ୍ଟେଲରେ ରହି ଯୁକ୍ତ ୨ରେ ପାଠ ପଢୁଥିଲେ । କଲେଜରେ ମୋବାଇଲ ଏବଂ ଟଙ୍କା ଚୋରି ଅଭିଯୋଗ ପରେ କଲେଜ କର୍ତୃପକ୍ଷ ତାଙ୍କୁ ଆଣ୍ଠେଇ ଦେଇଥିଲେ । ଏହାପରେ ଛାତ୍ରଙ୍କ ବାପା ଓ ମାଙ୍କୁ ଡାକି ଆଶିଷକୁ ଘରକୁ ନେଇଯିବାକୁ କହିଥିଲେ ।

ତେବେ ଘରକୁ ଯିବା ପରେ ଆଶିଷ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ମେଡ଼ିକାଲ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ନିର୍ଯାତନା ଦେବା କଥାକୁ ଅସ୍ବୀକାର କରିଛନ୍ତି କଲେଜର ସମ୍ପାଦକ ।

Tags: