କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା
କନ୍ଧମାଳ : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା । ଆବାସିକ ବିଦ୍ୟାଳୟ ଛାତ୍ରାବାସରୁ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରଙ୍କ ନାଁ ଆନନ୍ଦେଶ୍ୱର ମଲ୍ଲିକ । ତାଙ୍କ ଘର ଖଜୁରୀପଡା ଥାନା ବାଳିସୁଗ୍ରୀ ଗ୍ରାମରେ । କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଆର. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆଜି ସକାଳେ ଛାତ୍ରଜଣଙ୍କ ଶୌଚାଳୟ ଭିତରେ ଗାମୁଛା ଲଗାଇ […]
କନ୍ଧମାଳ : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା । ଆବାସିକ ବିଦ୍ୟାଳୟ ଛାତ୍ରାବାସରୁ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରଙ୍କ ନାଁ ଆନନ୍ଦେଶ୍ୱର ମଲ୍ଲିକ । ତାଙ୍କ ଘର ଖଜୁରୀପଡା ଥାନା ବାଳିସୁଗ୍ରୀ ଗ୍ରାମରେ । କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଆର. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆଜି ସକାଳେ ଛାତ୍ରଜଣଙ୍କ ଶୌଚାଳୟ ଭିତରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ଏହା ଦେଖି ହଷ୍ଟେଲ କର୍ତୃପକ୍ଷ ଛାତ୍ରଙ୍କ ପରିବାର ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ଜବତ କରି ୨୭/୨୪ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।




