ବାଦାମବାଡ଼ି ବସଷ୍ଟାଣ୍ଡରେ ଓଏସଆରଟିସି ଡ୍ରାଇଭରଙ୍କ ଧାରଣା
କଟକ : ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡରେ ଧାରଣାରେ ବସିଛନ୍ତି ଓଏସଆରଟିସି ଡ୍ରାଇଭର ଓ କଣ୍ଡକ୍ଟର। ମାସକର ଦରମା ମିଳି ନଥିବାରୁ ପ୍ରତିବାଦରେ ରାସ୍ତା ଉପରେ ବସିଛନ୍ତି। ସକାଳୁ ସକାଳୁ ସେମାନେ ରାଜରାସ୍ତାରେ ସେମାନଙ୍କର ଦାବି ନେଇ ବସିରହିଛନ୍ତି। ତୁରନ୍ତ ସେମାନଙ୍କର ଦରମା ମିଳୁ ବୋଲି ସେମାନେ ସରକାରୀଙ୍କ ନିକଟରେ ଦାବି ରଖିଛନ୍ତି। ସୂଚନା ଅନୁସାରେ ,ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ଓଏସଆରଟିସି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଯୁକ୍ତି କରାଯାଇଥିଲା I ଉକ୍ତ ଠିକା ସଂସ୍ଥା ପକ୍ଷରୁ […]
କଟକ : ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡରେ ଧାରଣାରେ ବସିଛନ୍ତି ଓଏସଆରଟିସି ଡ୍ରାଇଭର ଓ କଣ୍ଡକ୍ଟର। ମାସକର ଦରମା ମିଳି ନଥିବାରୁ ପ୍ରତିବାଦରେ ରାସ୍ତା ଉପରେ ବସିଛନ୍ତି। ସକାଳୁ ସକାଳୁ ସେମାନେ ରାଜରାସ୍ତାରେ ସେମାନଙ୍କର ଦାବି ନେଇ ବସିରହିଛନ୍ତି। ତୁରନ୍ତ ସେମାନଙ୍କର ଦରମା ମିଳୁ ବୋଲି ସେମାନେ ସରକାରୀଙ୍କ ନିକଟରେ ଦାବି ରଖିଛନ୍ତି।
ସୂଚନା ଅନୁସାରେ ,ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ଓଏସଆରଟିସି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଯୁକ୍ତି କରାଯାଇଥିଲା I ଉକ୍ତ ଠିକା ସଂସ୍ଥା ପକ୍ଷରୁ ସେମାନଙ୍କୁ ଫେବ୍ରୁଆରୀ ମାସର ଦରମା ମିଳି ନାହିଁ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯଦି ସେମାନଙ୍କର ଦାବି ଶୀଘ୍ର ପୂରଣ ନ ହୁଏ ତେବେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି କହିଛନ୍ତି ଓଏସଆରଟିସି ଡ୍ରାଇଭର ସଂଘ। ଏପଟେ କର୍ମଚାରୀଙ୍କ ପ୍ରତିବାଦ ପାଇଁ ସରକାରୀ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢ଼ିଛି ।




