ଗଣପତିଙ୍କ ମୂର୍ତ୍ତି ବିକୃତ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ- କମିଶନରେଟ୍‌‌ ପୁଲିସ

ଭୁବନେଶ୍ୱର : ଆଗକୁ ଆସୁଛି ପାର୍ବଣ ଋତୁ I ଗଣେଶ ପୂଜାରୁ ଆରମ୍ଭ ହେଇଯିବ ପୂଜା ମାହୋଲ I ଏହାକୁ ନଜରରେ ରଖି ଶୁକ୍ରବାର ଦିନ କମିଶନରେଟ୍‌‌ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ। ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ମଙ୍ଗଳବାର ଦିନ ଗଣେଶ ପୂଜା ବିଧି ମୁତାବକ ଅନୁଷ୍ଠିତ ହେବ । ପୂଜାପରେ […]

Samaya Live Picture
Published On

ଭୁବନେଶ୍ୱର : ଆଗକୁ ଆସୁଛି ପାର୍ବଣ ଋତୁ I ଗଣେଶ ପୂଜାରୁ ଆରମ୍ଭ ହେଇଯିବ ପୂଜା ମାହୋଲ I ଏହାକୁ ନଜରରେ ରଖି ଶୁକ୍ରବାର ଦିନ କମିଶନରେଟ୍‌‌ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ। ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ମଙ୍ଗଳବାର ଦିନ ଗଣେଶ ପୂଜା ବିଧି ମୁତାବକ ଅନୁଷ୍ଠିତ ହେବ । ପୂଜାପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।

ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ୮ରେ ଭସାଣ ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଛି। ସିଏମ୍‌ସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୋଖରୀରେ ମେଢ଼ ଗୁଡିକ ଵିସର୍ଜନ କରାଯିବ। ପୂଜା ସମୟରେ ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍‌‌କୁ ବନ୍ଦ କରିବାକୁ କୁହାଯାଇଥିଲା। ଏଥିସହ ପୂଜା ଭସାଣି ପାଇଁ ମଧ୍ୟ ପୁଲିସ ନିୟମ କଡ଼ାକଡ଼ି କରିଛି। ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି।

ଏହାସହ ଏଥର ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରିଛନ୍ତି କମିଶନର । ଅନେକ ସମୟରେ ପୂଜା କମିଟିମାନେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କରିଥାନ୍ତି। ଯାହାକି ପରବର୍ତ୍ତୀ ସମୟରେ ବିବାଦକୁ ଆସିଥାଏ। କିନ୍ତୁ ଏଥର ଏଭଳି ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଜୋର୍‌‌ଜବରଦସ୍ତି ଚାନ୍ଦା ଆଦାୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Tags: