ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ବିଏମ୍ସି
ଭୁବନେଶ୍ୱର : ରାଜଧାନୀ ରାସ୍ତାରେ ଏଣେତେଣେ ବୁଲି ପାରିବେ ନାହିଁ ଗୃହପାଳିତ ପଶୁ I ରାସ୍ତାରେ ଗାଈ ଗୋରୁ ବୁଲିଲେ ଗୋଠଶାଳାକୁ ଉଠାଇ ନେବ ବିଏମ୍ସି I ମାଲିକମାନେ ଆସି ନିଜ ଗୋରୁ ବୋଲି ଦାବି କଲେ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ I ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସହରର ସୌନ୍ଦର୍ଯ୍ୟ କରଣ ପାଇଁ […]
ଭୁବନେଶ୍ୱର : ରାଜଧାନୀ ରାସ୍ତାରେ ଏଣେତେଣେ ବୁଲି ପାରିବେ ନାହିଁ ଗୃହପାଳିତ ପଶୁ I ରାସ୍ତାରେ ଗାଈ ଗୋରୁ ବୁଲିଲେ ଗୋଠଶାଳାକୁ ଉଠାଇ ନେବ ବିଏମ୍ସି I ମାଲିକମାନେ ଆସି ନିଜ ଗୋରୁ ବୋଲି ଦାବି କଲେ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ I ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସହରର ସୌନ୍ଦର୍ଯ୍ୟ କରଣ ପାଇଁ ବିଏମସି ପକ୍ଷରୁ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯଇଛି।
ସୂଚନାନୁସାରେ,ସହରରେ ବୁଲା ଗାଈଗୋରୁଙ୍କ ପାଇଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି I ଅଧିକାଂଶ ଗାଈଗୋରୁ ବୟସ୍କ ଏବଂ ରୋଗାକ୍ରାନ୍ତ ହେଲେ ମାଲିକମାନେ ପରିତ୍ୟକ୍ତ ଅବସ୍ଥାରେ ସେମାନଙ୍କୁ ବାହାରକୁ ଛାଡ଼ିଦେଉଛନ୍ତି। ଯାହା ପରୋକ୍ଷରେ ଜନସାଧାରଣଙ୍କୁ ସମସ୍ୟାରେ ପକାଉଛନ୍ତି। ଏପରିକି କିଛି ମାଲିକ ମାନଙ୍କର ଗୁହାଳ ସମସ୍ୟା ଥିଲେ ସେମାନେ ମଧ୍ୟ ପଶୁ ମାନଙ୍କୁ ବାହାରକୁ ଛାଡି ଦେଉଥିବାର ଦେଖା ଯାଉଛି I ବିଏମ୍ସି ଅଞ୍ଚଳରେ ପାଖାପାଖି ୮୦୦ରୁ ଅଧିକ ଗୋରୁଗାଈ ମାଲିକ ଅଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣାରେ ଦୈନିକ ଏକାଧିକ ଗାଈଗୋରୁଙ୍କ ମୃତ୍ୟୁ ହେଉଛି। ପ୍ରତ୍ୟେକ ଛକ ମୁଖ୍ୟତଃ ରାତିରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ନେଇ ସାଧାରଣ ଲୋକେ ବିଏମ୍ସି ନିକଟରେ ଅଭିଯୋଗ କରୁଛନ୍ତି। ବାରମ୍ବାର ଗାଈଗୋରୁ ମାଲିକମାନଙ୍କୁ ତାଗିଦା କରିବା ପରେ ମଧ୍ୟ ସେମାନେ ଗୁହାଳରେ ନ ରଖି ବାହାରକୁ ଛାଡ଼ି ଦେଉଛନ୍ତି। ଏଥିପାଇଁ ଗୋଶାଳା ପରିଚାଳକମାନେ ବିଏମ୍ସିକୁ ସହଯୋଗର ହାତ ବଢ଼଼ାଇଛନ୍ତି। ବୈଠକରେ ବିଏମ୍ସି କର୍ତ୍ତୃପକ୍ଷ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।




