୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ – ମନ୍ତ୍ରୀ

ଭୁବନେଶ୍ୱର : ଆନୁଷ୍ଠାନିକ ଭାବରେ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତୀ କହିଛନ୍ତି ବିଭାଗରେ ଆମ ପାଇଁ ଯେଉଁ କାର୍ଯ୍ୟ ରହିଛି ଆମେ ତାହା ନିର୍ବାହ କରିବୁ । ଗୁଣାତ୍ମକ ମାନ ଶିକ୍ଷାର ବିକାଶ ପାଇଁ ଯୋଜନା ରହିଛି । ସେଥିପାଇଁ ଯୋଜନା ରହିଛି । ଖୁବ ଶୀଘ୍ର ଖାଲିଥିବା ଶିକ୍ଷକ ପଦବୀ ଗୁଡିକ ପୁରାଣ କରାଯିବ । ଆମ ପାଖରେ ଯେଉଁ ସମସ୍ୟା ରହିଛି ତାହା […]

Samaya Live Picture
Published On

ଭୁବନେଶ୍ୱର : ଆନୁଷ୍ଠାନିକ ଭାବରେ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତୀ କହିଛନ୍ତି ବିଭାଗରେ ଆମ ପାଇଁ ଯେଉଁ କାର୍ଯ୍ୟ ରହିଛି ଆମେ ତାହା ନିର୍ବାହ କରିବୁ । ଗୁଣାତ୍ମକ ମାନ ଶିକ୍ଷାର ବିକାଶ ପାଇଁ ଯୋଜନା ରହିଛି । ସେଥିପାଇଁ ଯୋଜନା ରହିଛି । ଖୁବ ଶୀଘ୍ର ଖାଲିଥିବା ଶିକ୍ଷକ ପଦବୀ ଗୁଡିକ ପୁରାଣ କରାଯିବ । ଆମ ପାଖରେ ଯେଉଁ ସମସ୍ୟା ରହିଛି ତାହା ଆଗାମୀ ଦିନରେ ପୂରଣ କରାଯିବ ।

ଆଜି ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ସମୟରେ ୫-ଟି ଅଧୀନରେ ରାଜ୍ୟର ବହୁ ସ୍କୁଲ ରୂପାନ୍ତରୀକରଣ ହୋଇଥିଲା। ସ୍କୁଲ ଶ୍ରେଣୀଗୃହଗୁଡ଼ିକୁ ଅତ୍ୟାଧୁନିକ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥିଲା। ତେବେ ଅନେକ ସ୍ଥାନରେ ସ୍କୁଲ ରୂପାନ୍ତରଣ ନାଁରେ ଦୁର୍ନୀତି ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସରକାର ବଦଳିବା ପରେ ଏହାର ତଦନ୍ତ କରାଯିବ । ୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଏହା ସହ ବଦଳି ପରେ ଯେଉଁ ଶିକ୍ଷକମାନେ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଉନାହାନ୍ତି ସେମାନଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ଏଥିସହିତ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି।

Tags: