ଦାୟିତ୍ୱରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଧାନ କିଣାକୁ ନେଇ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ। ଦାୟିତ୍ଵରେ ଅବହେଳା କଲେ କିମ୍ଵା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନିକଟରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଆଗକୁ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ ସେଠାରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ କିଣାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ଧାନ କିଣାକୁ ନେଇ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ। ଦାୟିତ୍ଵରେ ଅବହେଳା କଲେ କିମ୍ଵା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନିକଟରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଆଗକୁ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ ସେଠାରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେହିପରି ଧାନ କିଣାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ୍ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଜଣ ଚାଷୀ ଧାନର ମୂଲ୍ୟ ପାଇଲେଣି। ଏଯାବତ୍ ଚାଷୀଙ୍କୁ ୧୯୦୪ କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ ୭୩୭୯ କୋଟି ଟଙ୍କା ସରକାର ଦେଇସାରିଲେଣି। ମଣ୍ଡିରେ ପ୍ୟାଡ଼ି ଆନାଲାଇଜର ମେସିନ ଯଥେଷ୍ଟ ନଥିବା କଥା ଯୋଗାଣ ମନ୍ତ୍ରୀ ମାନିଛନ୍ତି। ସେ କହିଛନ୍ତ ଯେ, ଏବେ ଆନାଲାଇଜର ମେସିନ କମ୍ ଅଛି, ଆମେ ଆଗକୁ ଅଧିକ ଆଣିବୁ।

ଅନ୍ୟପଟେ ଦାୟିତ୍ୱରେ ଅବହେଳା ପାଇଁ ଯୋଗାଣ ମନ୍ତ୍ରୀ ଜଗତସିଂହପୁର ଜିଲ୍ଲା ପାରାଦୀପ ଏମଆଇ ଅଲିଭା ଦାଶଙ୍କୁ ନିଲମ୍ବନ କରିଛନ୍ତି ।

Tags: